ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ସ୍କୁଲୁ ଡପରେ ବଜ୍ରପାତ: ୨୦ ଛାତ୍ରଛାତ୍ରୀ ଗୁରୁତର

0

କେନ୍ଦ୍ର୍ରାପଡା: ସ୍କୁଲୁ ଉପରେ ଭୟାନକ ବଜ୍ରପାତ ଘଟି ୧୬ ଛାତ୍ର ଛାତ୍ରୀ ଆହତ ଥିବା ଜଣାପଡିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରପଡା ଜିଲ୍ଲା କୁଦାନଗରି ଠାରେ ଅବସ୍ଥିତ ଆଦର୍ଶ ବିଦ୍ୟାଳୟରେ।ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି। ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନେ ପାଟକୁରା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସମସ୍ତଙ୍କ ଅବସ୍ଥା ଭଲ ଅଛି। 

ଉଲ୍ଲେଖଯୋଗ୍ୟ; ଆଜି ଅପରାହ୍ନରେ ଆଦର୍ଶ ବିଦ୍ୟାଳୟର ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ଶେଷ କ୍ଲାସ ଚାଲିଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା। ପ୍ରଚଣ୍ଡ ଶବ୍ଦ ପରେ ସ୍କୁଲର ଲାଇନ କଟି ଯାଇଥିଲା। ଆଉ କେହି କିଛି ବୁଝିବା ପୂର୍ବରୁ ୧୬ ଜଣ ଛାତ୍ରଛାତ୍ରୀ ଅଚେତ ହୋଇ ପଡ଼ିଯାଇଥିଲେ। ଏହା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଚେତ ହୋଇପଡ଼ିଥିବା ଛାତ୍ରଛାତ୍ରୀଙ୍କୁ ତୁରନ୍ତ ପାଟକୁର ଡାକ୍ତରଖାନା ନିଆ ଯାଇଥିଲା।

ପାଟକୁରା ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ ୧୫ ଜଣ ଛାତ୍ରଛାତ୍ରୀ ଅବସ୍ଥା ଭଲ ଅଛି। ତେବେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଏଖବର ପରେ ସ୍ଥାନୀୟ ଅଞ୍ଚଳରେ ଭୟଭୀତ ପରିସ୍ଥିତି ଉପୁଜିଛି।

Leave A Reply

Your email address will not be published.