ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ପ୍ରିନ୍ସପାଲ

0

ବଲାଙ୍ଗିରୀ: ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍‌ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍। ଜମା କରିଛନ୍ତି ପୁଳା ପୁଳା ସମ୍ପତ୍ତି। ଆଜି ଭିଜିଲାନ୍ସ ରେଡ୍ ବେଳେ ଏହା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ଏଯାଏ ତାଙ୍କର ପୁରୀରେ ୧୬ଟି ପ୍ଲଟ୍ ଥିବା ଜଣାଯାଇଛି। ତାଙ୍କର ତିନିଟି ବହୁମହଲାବିଶିଷ୍ଟ ଘର, ତିନିଟି ଦାମୀ କାର୍ ଓ  ଗୋଟିଏ ବାଇକ୍ ଥିବା ମଧ୍ୟ ଜାଣିବାକୁ ପାଇଛି ଭିଜିଲାନ୍ସ। ତିନିଟି ଦାମୀ କାରର ମୂଲ୍ୟ ୩୨ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି। ଏହାଛଡ଼ା ତାଙ୍କ ନାମରେ ୫୦ ଲକ୍ଷ ଟଙ୍କାର ସ୍ଥାୟୀ ଜମା ରହିଛି। ଏହାଛଡ଼ା କେତେ ଟଙ୍କାର ବୀମା ଓ ଅନ୍ୟ ପୁଞ୍ଜି ବିନିଯୋଗ ଉପରେ ବି ଖୋଳତାଡ଼ କରୁଛି ଭିଜିଲାନ୍ସ। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ଆଜି ସକାଳୁ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ବଲାଙ୍ଗୀର ଅଫିସ୍ ଓ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରୁଛି। ପୁରୀ ଜିଲ୍ଲାରେ ଥିବା ୪ଟି ଘରେ ଭିଜିଲାନ୍ସ ଟିମ୍ ଚଢ଼ଉ କରୁଛି। ଏଣେ ସୁଦର୍ଶନ ବେହେରାଙ୍କ ସମ୍ବଲପୁର ସ୍ଥିତ ପତ୍ନୀଙ୍କ କ୍ୱାର୍ଟର୍ସରେ ବି ଚଢ଼ଉ ଚାଲିଛି।

ଭୁବନେଶ୍ବର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ୍ ର କ୍ଷମତା ବଳରେ ୮ ଜଣ ଡିଏସପି, ୬ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଘର ଚଢ଼ଉ ଚାଲିଛି। ପୁରୀ ସମ୍ବଲପୁର ଏବଂ ବଲାଙ୍ଗୀର ଜିଲ୍ଲାର ନିମ୍ନଲିଖିତ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ଉ ଜାରି ରଖିଛି। ସୁଦର୍ଶନ ବେହେରାଙ୍କ ବଲାଙ୍ଗୀରର ଅଫିସ, ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଜୟପୁର ପୈତୃକ ଗାଁ, ସତ୍ୟବାଦୀ ଥାନା ନାହାଳ, କାଶୀହରିପୁର, ସିମିଳି ସୋରିଷିଆପଦାରେ ଥିବା ସଂପର୍କୀୟଙ୍କ ଗାଁ ସମ୍ବଲପୁର ସ୍ଥିତ ସିଆରପିଏଫ୍ କ୍ୟାମ୍ପସରେ ଥିବା ପତ୍ନୀଙ୍କ କ୍ୱାର୍ଟର୍ସରେ ଚଢ଼ଉ କରୁଛି ଭିଜିଲାନ୍ସ।

Leave A Reply

Your email address will not be published.