ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଡିସେମ୍ବର ୪ରୁ ଆରମ୍ଭ ସଂସଦର ଶୀତକାଳୀନ ଅଧିବେଶନ

0

ନୂଆଦିଲ୍ଲୀ: ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏହା ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ୧୯ ଦିନ ମଧ୍ୟରେ ମୋଟ ୧୫ଟି କାର୍ଯ୍ୟ ଦିବସ ରହିଛି । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

ଉଲ୍ଲେଖଯୋଗ୍ୟ, ନଭେମ୍ବର ମାସରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୁଏ । କିନ୍ତୁ ଏଥର ୫ଟି ରାଜ୍ୟରେ ନିର୍ବାଚନ ଚାଲିଥିବାରୁ ଶୀତ ଅଧିବେଶନ ଡିସେମ୍ବର ମାସରୁ ଆରମ୍ଭ ହେଉଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନର ଫଳାଫଳ ଡିସେମ୍ବର ୩ ତାରିଖରେ ପ୍ରକାଶ ପାଉଥିବା ବେଳେ ତା’ପର ଦିନଠାରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ । ନୂଆ ସଂସଦ ଭବନରେ ବସିବ ଏହି ଅଧିବେଶନ । ଗତ ସେପ୍ଟେମ୍ବର ମାସରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ବସିଥିଲା।

Leave A Reply

Your email address will not be published.