ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ମଦ୍ୟପ ଆକ୍ରମଣରେ ୫ ଛାତ୍ର ଆହତ

0

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ବଙ୍କେଲ ସରକାରୀ ପ୍ରାଥମିକ ସ୍କୁଲ ପରିସରରେ ଘଟିଛି ଅଘଟଣ। ଜଣେ ମଦ୍ୟପ ସ୍କୁଲ ମଧ୍ୟକୁ ପଶି ଆକ୍ରମଣ କରିବା ଯୋଗୁ ୫ ଜଣ ଛାତ୍ର ଆହତ ହୋଇଛନ୍ତି। ଟିଟିଲାଗଡ଼ ଡାକ୍ତରଖାନାରେ ସେମାନଙ୍କର ଚିକିତ୍ସା କରାଯାଇଛି।

ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କ ସୂଚନା ଅନୁଯାୟୀ, ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ କରିବା ସମୟରେ ଉକ୍ତ ମଦ୍ୟପ ଜଣଙ୍କ ସ୍କୁଲ ପରିସରକୁ ପଶି ଆସିଥିଲା ଏବଂ ସେ ଏକ ବାଡ଼ିରେ ପିଲାମାନଙ୍କୁ ଆକ୍ରମଣ କରିଥିଲା। ସେ ୧୫ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ସେମାନଙ୍କ ମଧ୍ୟରୁ ୫ ଜଣ ଛାତ୍ର ଆହତ ହୋଇଛନ୍ତି।

Leave A Reply

Your email address will not be published.