ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଆସନ୍ତା ୨୭ରେ ଲୋକାର୍ପଣ ହେବ ମା’ସମଲେଇ ପ୍ରକଳ୍ପ

0

ସମ୍ବଲପୁର: ଆସନ୍ତା ୨୭ରେ ଲୋକାର୍ପଣ ହେବାକୁ ଯାଉଛି ମା’ସମଲେଇ ପ୍ରକଳ୍ପ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଭଳି ଏହାକୁ ଭବ୍ୟ ଓ ସ୍ମରଣୀୟ କରିବାକୁ ଜୋରଦାର ପସ୍ତୁତିରେ ଲାଗି ପଡିଛନ୍ତି ସମଲେଇ ମନ୍ଦିର ଟ୍ରଷ୍ଟ। ଏଥିପାଇଁ ବିଭିନ୍ନ ଦେବାଦେବୀ ପୀଠ, ସାଧୁ-ସନ୍ଥଙ୍କୁ ନିମନ୍ତ୍ରଣ କରାଯାଉଛି। ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ପ୍ରତି ପଂଚାୟତରେ ଲାଇଭ କରିବା ଏବଂ ୨୭ତାରିଖ ପରେ ପର୍ଯ୍ୟାୟକ୍ରମେ ଭକ୍ତଙ୍କୁ ପ୍ରକଳ୍ପ ବୁଲାଇବାକୁ ଯୋଜନା ରଖିଛନ୍ତି ସରକାର।

ଏହାଛଡା ଗାଁ ଗାଁ ରେ ପ୍ରଚାରିତ ହେବ ମାଆ ସମଲେଇଙ୍କ ମହିମା। ଶ୍ରଦ୍ଧାଳୁଙ୍କ ଠାରୁ ସଂଗ୍ରହ ହେବ ଗୁଆ, ସିନ୍ଦୁର ଆଉ ସଂଗ୍ରହ ହୋଇଥିବା ସିନ୍ଦୁର ମାଆଙ୍କ ପାଖରେ ଲାଗି କରାଯିବ। ସ୍ବତନ୍ତ୍ର ମହାନଦୀ ଆଳତୀ ସହିତ ହୋମ- ଯଜ୍ଞର ମଧ୍ୟ ଆୟୋଜନ କରଯାଇଛି। ରାଜ୍ୟର ସମସ୍ତ ଦେବାଦେବୀ ପୀଠରୁ ସେବାୟତ ଓ ବ୍ରାହ୍ମଣମାନେ ସାମିଲ ହେବାର ଯୋଜନା ରହିଛି।

Leave A Reply

Your email address will not be published.