ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ସୁଦର୍ଶନ ସେତୁର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

0

ଗୁଜୁରାଟ: ଦେଶର ସବୁଠୁ ଦୀର୍ଘ କେବୁଲ ବ୍ରିଜ୍ ଲୋକାର୍ପିତ ହୋଇଛି । ଗୁଜରାଟରେ ସୁଦର୍ଶନ ସେତୁର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଦୁଇ ଦିନିଆ ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଜି ସକାଳେ ଦ୍ୱାରକା ମନ୍ଦିର ଯାଇ ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିରରେ କିଛି ସମୟ ରହିବା ପରେ ନବନିର୍ମିତ ସୁଦର୍ଶନ ସେତୁର ଲୋକାର୍ପଣ କରିଛନ୍ତି । ଏହା ସହ ସେତୁରେ କିଛି ସମୟ ବୁଲିଥିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓ ବିଜେପି ପ୍ରଦେଶ ଅଧ୍ୟକ୍ଷ ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ; ୯୮୦ କୋଟି ଟଙ୍କା ବ୍ୟୟରେ ଏହି ସୁଦର୍ଶନ ସେତୁ ନିର୍ମାଣ କରାଯାଇଛି । ଏହି ସେତୁ ଓଖା ମୁଖ୍ୟ ଭୁମିକୁ ଦ୍ୱାରକା ଦ୍ୱୀପ ସହ ସଂଯୋଗ କରୁଛି । ୨.୩୨ କିଲୋମିଟର ଲମ୍ବା ସୁଦର୍ଶନ ସେତୁ ଦେଶର ସବୁଠୁ ଲମ୍ବା କେବୁଲ ଆଧାରିତ ସେତୁ । ଏହି ସେତୁରେ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତିରେ ସଜ୍ଜିତ ଫୁଟ୍ପାଥ ରହିଛି । ସେତୁରେ ସୌର ପ୍ୟାନେଲ ଲାଗିଛି ଯାହା ଏକ ମେଗାୱାଟ୍ ବିଜୁଳି ଉତ୍ପାଦନ କରିବ । ଏହି ସେତୁ ପରିବହନକୁ ସହଜ କରିବା ସହ ଦ୍ୱାରକା ଏବଂ ଭେଟ ଦ୍ୱାରକା ମଧ୍ୟରେ ଯାତ୍ରା ସମୟକୁ ହ୍ରାସ କରିବ । ଏହା ସହ ପ୍ରଧାନମନ୍ତ୍ରୀ ଆଜି ୫୨ ହଜାର କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ । ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି ସ୍ୱାସ୍ଥ୍ୟ, ସଡ଼କ, ରେଳ, ପେଟ୍ରୋଲିୟମ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର । ରାଜକୋଟ, ଭଟିଣ୍ଡା, ରାୟବରେଲି, କଲ୍ୟାଣୀ ଏବଂ ମଙ୍ଗଳାଗିରିରେ ୫ଟି ନୂଆ ଏମ୍ସର ଲୋକାର୍ପଣ କରାଯିବ । ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ।

Leave A Reply

Your email address will not be published.