ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ବଢ଼ିଲା ଆଶାକର୍ମୀଙ୍କ ଦରମା

0

ଭୁବନେଶ୍ବର: ଆଶା କର୍ମୀଙ୍କ ଦରମା ୭ ହଜାରକୁ ବଢାଇଛନ୍ତି ରାଜ୍ୟ ସରକାର । ଏହାସହ ସେବା ନିବୃତ ପ୍ରୋତ୍ସାହନ ରାଶି ମଧ୍ୟ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗରୁ ମାସିକ ୪ ହଜାର ୫ଶହ ଟଙ୍କା ପାରିଶ୍ରମିକ ପାଉଥିବା ଆଶାକର୍ମୀ ଏଣିକି ୭ ହଜାର ଟଙ୍କା ପାଇବେ। ପାରିଶ୍ରମିକ ରାଶି ମାସିକ ଅଢେଇ ହଜାର ଟଙ୍କା ବଢାଇଛନ୍ତି ସରକାର । ଏହାଦ୍ୱାରା ୪୯ ହଜାର ୫୨୨ ଜଣ ଆଶାକର୍ମୀ ଉପକୃତ ହେବେ ।

ଏହାଛଡା ଆଶାକର୍ମୀମାନଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶି ୫୦ ହଜାରରୁ ୧ ଲକ୍ଷକୁ ବୃଦ୍ଧି କରାଯାଇଥିବା ଘୋଷଣା କରାଯାଇଛି। ଏଥିରେ ୪୯,୫୨୨ ଆଶାକର୍ମୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ରାଜକୋଷରୁ ବାର୍ଷିକ ୨୦୮ କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର । ଆଗରୁ ୫୯ କୋଟି ୪୩ ଲକ୍ଷ କୋଟି ଖର୍ଚ୍ଚ ହେଉଥିଲା ।

ସୂଚନାଯୋଗ୍ୟ, ବିଭିନ୍ନ ଦାବି ନେଇ ଆଶାକର୍ମୀମାନେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣାରେ ବସିଥିଲେ। ନିଯୁକ୍ତି ସହ ୨୬ ହଜାର ଦରମା ଓ ୧୦ ହଜାର ପେନସନ୍‌ ମୃତ୍ୟୁକାଳୀନ ବୀମାରାଶି ଦାବିରେ ଆଶାକର୍ମୀମାନେ ଧାରଣାରେ ବସିଥିଲେ। 

Leave A Reply

Your email address will not be published.