ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ବଢ଼ିଲା ଆଶାକର୍ମୀଙ୍କ ଦରମା

0

ଭୁବନେଶ୍ବର: ଆଶା କର୍ମୀଙ୍କ ଦରମା ୭ ହଜାରକୁ ବଢାଇଛନ୍ତି ରାଜ୍ୟ ସରକାର । ଏହାସହ ସେବା ନିବୃତ ପ୍ରୋତ୍ସାହନ ରାଶି ମଧ୍ୟ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗରୁ ମାସିକ ୪ ହଜାର ୫ଶହ ଟଙ୍କା ପାରିଶ୍ରମିକ ପାଉଥିବା ଆଶାକର୍ମୀ ଏଣିକି ୭ ହଜାର ଟଙ୍କା ପାଇବେ। ପାରିଶ୍ରମିକ ରାଶି ମାସିକ ଅଢେଇ ହଜାର ଟଙ୍କା ବଢାଇଛନ୍ତି ସରକାର । ଏହାଦ୍ୱାରା ୪୯ ହଜାର ୫୨୨ ଜଣ ଆଶାକର୍ମୀ ଉପକୃତ ହେବେ ।

ଏହାଛଡା ଆଶାକର୍ମୀମାନଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶି ୫୦ ହଜାରରୁ ୧ ଲକ୍ଷକୁ ବୃଦ୍ଧି କରାଯାଇଥିବା ଘୋଷଣା କରାଯାଇଛି। ଏଥିରେ ୪୯,୫୨୨ ଆଶାକର୍ମୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ରାଜକୋଷରୁ ବାର୍ଷିକ ୨୦୮ କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର । ଆଗରୁ ୫୯ କୋଟି ୪୩ ଲକ୍ଷ କୋଟି ଖର୍ଚ୍ଚ ହେଉଥିଲା ।

ସୂଚନାଯୋଗ୍ୟ, ବିଭିନ୍ନ ଦାବି ନେଇ ଆଶାକର୍ମୀମାନେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣାରେ ବସିଥିଲେ। ନିଯୁକ୍ତି ସହ ୨୬ ହଜାର ଦରମା ଓ ୧୦ ହଜାର ପେନସନ୍‌ ମୃତ୍ୟୁକାଳୀନ ବୀମାରାଶି ଦାବିରେ ଆଶାକର୍ମୀମାନେ ଧାରଣାରେ ବସିଥିଲେ। 

Leave A Reply

Your email address will not be published.