ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା

0

ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀ ସଂଗଠନଗୁଡ଼ିକ ପୁଣିଥରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିବାରୁ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍ସ (ୟୁଏଫ୍‌ବିୟୁ) ପକ୍ଷରୁ ସେପ୍ଟେମ୍ବର ୨୮, ୨୯ ଓ ୩୦ରେ ଦେଶବ୍ୟାପୀ ଧର୍ମଘଟ ଘୋଷଣା କରାଯାଇଛି। ପାଞ୍ଚଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଲାଗୁ, ପେନସନ୍‌ ସମ୍ପର୍କିତ ବକେୟା ପ୍ରସଙ୍ଗର ସମାଧାନ, ଖାଲି ପଦବୀ ପୂରଣ ଏବଂ ପରଫର୍ମାନ୍ସ ଲିଙ୍କ୍‌ଡ ଇନ୍‌ସେଣ୍ଟିଭ୍‌ (ପିଏଲ୍‌ଆଇ) ବ୍ୟବସ୍ଥାକୁ ନେଇ ୟୁନିଅନ୍‌ଗୁଡ଼ିକର ବିଭିନ୍ନ ଦାବି ରହିଛି। ପାଞ୍ଚଦିନିଆ ବ୍ୟାଙ୍କିଂ ଓ ପିଏଲ୍‌ଆଇ ପ୍ରସଙ୍ଗ ଏହି ଆନ୍ଦୋଳନର ପ୍ରମୁଖ ଦାବି ମଧ୍ୟରେ ରହିଛି।

ଧର୍ମଘଟ ଯୋଗୁଁ ଗ୍ରାହକ ସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ ସୋମବାର ସରକାରୀ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ନାବାର୍ଡ ଓ ଭାରତୀୟ ବ୍ୟାଙ୍କ ସଂଘର ଶୀର୍ଷ ଅଧିକାରୀଙ୍କ ସହ ବୈଠକ କରିବ। ବ୍ୟାଙ୍କିଂ କାରବାର ଓ ଜରୁରୀ ଗ୍ରାହକ ସେବା ଜାରି ରଖିବା ପାଇଁ ବିକଳ୍ପ ବ୍ୟବସ୍ଥା ନେଇ ଏଥିରେ ଆଲୋଚନା ହେବ।

ସେପ୍ଟେମ୍ବର ୨୮ରୁ ୩୦ ଯାଏ ଧର୍ମଘଟ ରହିଥିବା ବେଳେ ୨୬ ଓ ୨୭ ତାରିଖ ସାପ୍ତାହିକ ଛୁଟି ଥିବାରୁ ଅନେକ ବ୍ୟାଙ୍କ ଶାଖାରେ ଲଗାତାର ୫ ଦିନ ସାଧାରଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ଏସ୍‌ବିଆଇ ପକ୍ଷରୁ ମଧ୍ୟ ଗ୍ରାହକଙ୍କୁ ଆବଶ୍ୟକ ବ୍ୟାଙ୍କିଂ କାର୍ଯ୍ୟ ଆଗୁଆ ସାରିବାକୁ ପରାମର୍ଶ ଦିଆଯାଇଛି। ତେବେ ଆଲୋଚନା ମାଧ୍ୟମରେ ସମାଧାନର ସମ୍ଭାବନା ରହିଛି। ଆସନ୍ତା ୨୨ ଓ ୨୩ ସେପ୍ଟେମ୍ବରରେ ମୁଖ୍ୟ ଶ୍ରମ କମିସନରଙ୍କ ନିକଟରେ ଆଇବିଏ, ବ୍ୟାଙ୍କ ପରିଚାଳନା ଓ ଅର୍ଥ ମନ୍ତ୍ରଣାଳୟ ପ୍ରତିନିଧିଙ୍କ ସହ ଆଲୋଚନା ହେବାକୁ ଥିବା ରିପୋର୍ଟ ରହିଛି। ଆଲୋଚନା ବିଫଳ ହେଲେ ଧର୍ମଘଟ ଯୋଜନା ଅନୁଯାୟୀ ଆଗକୁ ବଢ଼ିବ।

Leave A Reply

Your email address will not be published.