ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଆଜି ସର୍ବଦଳୀୟ ବୈଠକ, କାଲିଠୁ ବିଧାନସଭା ଅଧିବେଶନ

0

ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଶେଷ ହୋଇଛି। ସାଢ଼େ ୧୧ଟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଗୃହକାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା ନେଇ ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା ହୋଇଛି। ଗୃହ ଚଳାଇବାରେ ସମସ୍ତଙ୍କ ସହଯୋଗ ଲୋଡ଼ିବେ ବାଚସ୍ପତି।

ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିଛି। ତେବେ ଏକାଧିକ ପ୍ରସଙ୍ଗକୁ ନେଇ ଅଧିବେଶନ ସରଗରମ ହେବାର ସମ୍ଭାବନା ରହିଛି। ଏମ୍‌ଏମ୍‌ଡିଆର୍‌ ସଂଶୋଧନ, ପାଠ୍ୟପୁସ୍ତକରେ ତ୍ରୁଟି, ବନ୍ୟା ପରିଚାଳନା ଓ ଆଇନଶୃଙ୍ଖଳା ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିଜେଡି ଓ କଂଗ୍ରେସ ପ୍ରସ୍ତୁତି କରୁଛନ୍ତି।

ଅନ୍ୟପକ୍ଷରେ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ରଣନୀତି ନେଇ ଆଲୋଚନା ହୋଇଛି । ବିରୋଧୀଙ୍କ ପ୍ରସଙ୍ଗର ମୁକାବିଲା ପାଇଁ ବିଜେପି ମଧ୍ୟ ବିଧାୟକ ଦଳ ବୈଠକ କରି ନିଜର ରଣନୀତି ପ୍ରସ୍ତୁତ କରିବ। ଫଳରେ କମ୍‌ କାର୍ଯ୍ୟଦିବସ ଥିଲେ ମଧ୍ୟ ଏଥରର ମୌସୁମୀ ଅଧିବେଶନ ରାଜନୈତିକ ଭାବେ ଚର୍ଚ୍ଚାରେ ରହିପାରେ।

Leave A Reply

Your email address will not be published.