ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ବିଜେପିରେ ମିଶିଲେ କେନ୍ଦ୍ରାପଡା ସାଂସଦ ଅନୁଭବ

0

ନୂଆଦିଲ୍ଲୀ: ବିଜେପିରେ ଯୋଗ ଦେଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ଦଳରେ ଯୋଗ ଦେଇଛନ୍ତି ଅନୁଭବ ମହାନ୍ତି। ଗତ ଶନିବାର ବିଜେଡିରୁ ଇସ୍ତଫା ଦେଇଥିଲେ ଅନୁଭବ। ବିଜେଡିରୁ ଇସ୍ତଫା ଦେବା ସହ ଅନୁଭବ ଲେଖିଥିଲେ,ମୁଖ୍ୟମନ୍ତ୍ରୀଙ୍କ ସହ ଦେଖା କରିବାର ସୁଯୋଗ ମିଳୁନାହିଁ। ବାପାଙ୍କ ଦେହାନ୍ତ ପରେ ଦଳ ତରଫରୁ କୌଣସି ସମବେଦନା ମିଳିଲା ନାହିଁ । ବିଜେଡି ଛାଡିଥିଲେ ମଧ୍ୟ ଚଳିତ ନିର୍ବାଚନ ସେ ନିଶ୍ଚୟ ଲଢିବେ ବୋଲି କହିଥିଲେ। ତେବେ ଆଜି ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ଅନଭୁବ।

ସୂଚନାଯୋଗ୍ୟ, ୨୭ ଏପ୍ରିଲ ୨୦୧୩ରେ ବିଜେଡିରେ ସାମିଲ ହୋଇଥିଲେ ଅନୁଭବ। ୨୦୧୪ର ବିଜେଡି ଟିକେଟରେ ରାଜ୍ୟସଭା ସାଂସଦ ହୋଇଥିଲେ। ସର୍ବକନିଷ୍ଠ ରାଜ୍ୟସଭା ସାଂସଦ ଥିଲେ ଅନୁଭବ ମହାନ୍ତି। ତେବେ ୨୦୧୯ରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ  ନିର୍ବାଚନ ମଇଦାନକୁ ଅନୁଭବଙ୍କୁ ଓହ୍ଲାଇଥିଲା ବିଜେଡି।  ବିଜେପିର ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିପକ୍ଷରେ ଅନୁଭବଙ୍କୁ ପ୍ରାର୍ଥୀ କରିଥିଲା ଦଳ। ସେ ବୈଜୟନ୍ତଙ୍କୁ ପରାସ୍ତ କରି କେନ୍ଦ୍ରାପଡ଼ା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ଗତ କିଛି ବର୍ଷ ହେବ ବିଜେଡି ତାଙ୍କୁ ଅଣଦେଖା କରିଚାଲିଥିଲା।

Leave A Reply

Your email address will not be published.