ପ୍ରମୁଖ ଖବର

ତୃତୀୟ ଥର ପାଇଁ ଟାଟା ଚେୟାରମ୍ୟାନ ହେଲେ ଏନ.ଚନ୍ଦ୍ରଶେଖରନ୍‌
ଭାରତୀୟ ବାୟୁସେନାକୁ ତେଜସ୍‌ ଓ ଏଚ୍‌ଟିଟି-୪୦ ହସ୍ତାନ୍ତର କରିବ ଏଚ୍‌ଏଏଲ୍‌
ଦକ୍ଷତା ବିକାଶରେ ଓଡ଼ିଶା ମଡେଲକୁ ନୀତି ଆୟୋଗର ସ୍ୱୀକୃତି
ଭୁବନେଶ୍ୱର ଡିସିପି ପଦରୁ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ
ଗ୍ଲୋବାଲ ସେମିକଣ୍ଡକ୍ଟର ହବ୍‌ ଦିଗରେ ଭାରତ, ‘ସେମିକନ୍ ଇଣ୍ଡିଆ ୨୦୨୬’ ଉଦ୍‌ଘାଟନ କଲେ ମୋଦି

ଆସାମ ରେ ଘୂର୍ଣ୍ଣିଝଡ଼

0

ଆସାମ: ଆସାମରେ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ଼ ହେବା କାରଣରୁ ବ୍ରହ୍ମପୁତ୍ର ନଦୀରେ ଯାତ୍ରୀବାହୀ ଡଙ୍ଗା ବୁଡି ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡିଛି। ୨୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। 

ସୂଚନା ଅନୁସାରେ, ଆସାମର ଦକ୍ଷିଣ-ସଲମରା ମାନକଚର ଜିଲ୍ଲା ଦେଇ ଡଙ୍ଗାଟି ଯାଉଥିଲା। ଏହି ସମୟରେ ହଠାତ୍ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ ହେବାରୁ ଡଙ୍ଗାଟି ବୁଡି ଯାଇଥିଲା। ଏଥିରେ ମହିଳା ଓ ଶିଶୁ ମଧ୍ୟ ଯାତ୍ରା କରୁଥିଲେ। ଡଙ୍ଗା ବୁଡିବା ନେଇ ଜାଣିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀ ଓ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ୨୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ତେବେ ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ (ଆଇଏମଡି) ଅରେଞ୍ଜ ୱାର୍ଣ୍ଣି ଜାରିକରିଥିଲା। ପୁନର୍ବାର ଏପ୍ରିଲ ୧ରୁ ୪ ମଧ୍ୟରେ ହାଲୁକାରୁ ମଧ୍ୟମ ବୃଷ୍ଟିପାତ ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିପାଇଁ ନଦୀ ଏବଂ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। 

Leave A Reply

Your email address will not be published.