ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ବିଜେପିରେ ମିଶିଲେ କେନ୍ଦ୍ରାପଡା ସାଂସଦ ଅନୁଭବ

0

ନୂଆଦିଲ୍ଲୀ: ବିଜେପିରେ ଯୋଗ ଦେଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ଦଳରେ ଯୋଗ ଦେଇଛନ୍ତି ଅନୁଭବ ମହାନ୍ତି। ଗତ ଶନିବାର ବିଜେଡିରୁ ଇସ୍ତଫା ଦେଇଥିଲେ ଅନୁଭବ। ବିଜେଡିରୁ ଇସ୍ତଫା ଦେବା ସହ ଅନୁଭବ ଲେଖିଥିଲେ,ମୁଖ୍ୟମନ୍ତ୍ରୀଙ୍କ ସହ ଦେଖା କରିବାର ସୁଯୋଗ ମିଳୁନାହିଁ। ବାପାଙ୍କ ଦେହାନ୍ତ ପରେ ଦଳ ତରଫରୁ କୌଣସି ସମବେଦନା ମିଳିଲା ନାହିଁ । ବିଜେଡି ଛାଡିଥିଲେ ମଧ୍ୟ ଚଳିତ ନିର୍ବାଚନ ସେ ନିଶ୍ଚୟ ଲଢିବେ ବୋଲି କହିଥିଲେ। ତେବେ ଆଜି ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ଅନଭୁବ।

ସୂଚନାଯୋଗ୍ୟ, ୨୭ ଏପ୍ରିଲ ୨୦୧୩ରେ ବିଜେଡିରେ ସାମିଲ ହୋଇଥିଲେ ଅନୁଭବ। ୨୦୧୪ର ବିଜେଡି ଟିକେଟରେ ରାଜ୍ୟସଭା ସାଂସଦ ହୋଇଥିଲେ। ସର୍ବକନିଷ୍ଠ ରାଜ୍ୟସଭା ସାଂସଦ ଥିଲେ ଅନୁଭବ ମହାନ୍ତି। ତେବେ ୨୦୧୯ରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ  ନିର୍ବାଚନ ମଇଦାନକୁ ଅନୁଭବଙ୍କୁ ଓହ୍ଲାଇଥିଲା ବିଜେଡି।  ବିଜେପିର ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିପକ୍ଷରେ ଅନୁଭବଙ୍କୁ ପ୍ରାର୍ଥୀ କରିଥିଲା ଦଳ। ସେ ବୈଜୟନ୍ତଙ୍କୁ ପରାସ୍ତ କରି କେନ୍ଦ୍ରାପଡ଼ା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ଗତ କିଛି ବର୍ଷ ହେବ ବିଜେଡି ତାଙ୍କୁ ଅଣଦେଖା କରିଚାଲିଥିଲା।

Leave A Reply

Your email address will not be published.