ପ୍ରମୁଖ ଖବର

ଶ୍ରୀମନ୍ଦିରରେ ଆସୁଛି ଇ-ହୁଣ୍ଡି ବ୍ୟବସ୍ଥା; ବିଶ୍ୱର ଯେକୌଣସି ସ୍ଥାନରୁ କରିହେବ ଦାନ
ଦିଲ୍ଲୀ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୨୧ ମୃତ, ୪୦ରୁ ଅଧିକ ଉଦ୍ଧାର
ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା
୩୯,୨୯୦ କୋଟିର ମେଗା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
କର୍ଣ୍ଣାଟକର ୩୪ତମ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ,ବିବାହ ପରେ ବି ପିତାମାତାଙ୍କ ପରିବାରର ସଦସ୍ୟ ଝିଅ

ଓଡିଶା ଉପକୂଳ ଅଂଚଳ ରେ ଗ୍ରୀଷ୍ମ ପ୍ରବାହ ହ୍ରାସ

0

ଭୁବନେଶ୍ୱର: ଉତ୍ତର ପଶ୍ଚିମ ଦିଗରୁ ହେଉଥିବା ବାୟୁ ପ୍ରବାହରେ ପରିବର୍ତନ ଯୋଗୁଁ ଓଡିଶାର ଉପକୂଳ ଅଂଚଳରେ ପ୍ରବଳ ଗ୍ରୀଷ୍ମ ଉତାପ ହ୍ରାସ ପାଇଛି। ଏଥିପାଇଁ ମେ ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତୀ ଜିଲ୍ଲା ଗୁଡିକରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା କମ୍ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାରେ ଗ୍ରୀଷ୍ମ ପ୍ରବାହ ମେ ୬ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ସେଂଟର ଫର ଏନ୍‌ଭାଇରନମେଂଟ ଆଣ୍ଡ କ୍ଳାଇମେଟ (ସିଇସି) ପକ୍ଷରୁ କୁହାଯାଇଛି।

ଏହି ସମୟରେ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଦିନର ତାପମାତ୍ରା ୪୦ରୁ ୪୩ ଡିଗ୍ରୀ ସେଲସିଅସ ରହିବା ସମ୍ଭାବନା ଥିବାବେଳେ ଉପକୂଳ ଓଡିଶାରେ ତାପମାତ୍ରା ୩୮ରୁ ୪୧ ଡିଗ୍ରୀ ସେଲସିଅସ ରହିବ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି। ଆଭ୍ୟନ୍ତରୀଣ ଓଡିଶାରେ ମେ ୭ରୁ ୧୨ ମଧ୍ୟରେ ଦିନର ତାପମାତ୍ରା ୩୬ ରୁ ୪୦ ଡିଗ୍ରୀ ସେଲସିଅସ ରହିବ। ଉପକୂଳ ଓଡିଶାରେ ଏହି ସମୟରେ ଦିନର ତାପମାତ୍ରା ୩୫ ରୁ ୩୯ ଡିଗ୍ରୀ ସେଲସିଅସ ରହିବାର ସମ୍ଭାବନା ଅଛି ଏବଂ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ମେ ୬ ରୁ ୧୦ ମଧ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଡ. ସାହୁ କହିଛନ୍ତି।

Leave A Reply

Your email address will not be published.