ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦି

0

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ମୋଦିଙ୍କୁ ସ୍ୱାଗତ କରିଛନ୍ତି ହଜାର ହଜାର ଲୋକ।ରାଜଭବନରେ ରାତ୍ରି ଯାପନ କରିବେ ପ୍ରଧାନମନ୍ତ୍ରୀ। ୬ ତାରିଖ ସକାଳୁ ଭୁବନେଶ୍ୱରରୁ ବ୍ରହ୍ମପୁର ଯିବେ ପ୍ରଧାନମନ୍ତ୍ରୀ। ସେଠାରେ ବିଶାଳ ସମାବେଶରେ ଯୋଗ ଦେବେ। ତାପରେ ନବରଙ୍ଗପୁରରେ ବି ବଡ଼ ଜନସଭାକୁ ସମ୍ବୋଧନ କରିବେ ମୋଦି।

୬ ତାରିଖରେ ଯାଇ ୧୦ ତାରିଖରେ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ରାଜଧାନୀରେ କରିବେ ବିଶାଳ ରୋଡ଼ ସୋ। ଭୁବନେଶ୍ୱରର ତିନିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଏକାମ୍ର, ଉତ୍ତର ଓ ମଧ୍ୟ ଭୁବନେଶ୍ୱର କ୍ଷେତ୍ରରେ ହେବ ପ୍ରଧାନମନ୍ତ୍ରୀଙ୍କ ରାଲି। ଏହାସହ ୧୧ ତାରିଖରେ ବଲାଙ୍ଗୀରରେ ନିର୍ବାଚନୀ ପ୍ରଚାର କରିବେ ପିଏମ ମୋଦି। ମୋଦିଙ୍କ ଗସ୍ତ ପାଇଁ  ବିମାନବନ୍ଦରଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ରାଜଭବନରେ ମଧ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ପାଇଁ ୩ ଜଣ ଡିଏସପି, ୧୦ ଏସସିପି, ୧୭ ଆଇଆଇସି, ୯୦ ଏସଆଇ ଏବଂ ଏସଆଇ ନିୟୋଜିତ ହୋଇଛନ୍ତି। ମୋଟ୍ ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଟ୍ରାଫିକ କଂଟ୍ରୋଲ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ରାସ୍ତାକୁ ବାରିକେଡ କରାଯିବ। ପୁଲିସ କମିସନର ସଂଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି।

Leave A Reply

Your email address will not be published.