ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦି

0

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ମୋଦିଙ୍କୁ ସ୍ୱାଗତ କରିଛନ୍ତି ହଜାର ହଜାର ଲୋକ।ରାଜଭବନରେ ରାତ୍ରି ଯାପନ କରିବେ ପ୍ରଧାନମନ୍ତ୍ରୀ। ୬ ତାରିଖ ସକାଳୁ ଭୁବନେଶ୍ୱରରୁ ବ୍ରହ୍ମପୁର ଯିବେ ପ୍ରଧାନମନ୍ତ୍ରୀ। ସେଠାରେ ବିଶାଳ ସମାବେଶରେ ଯୋଗ ଦେବେ। ତାପରେ ନବରଙ୍ଗପୁରରେ ବି ବଡ଼ ଜନସଭାକୁ ସମ୍ବୋଧନ କରିବେ ମୋଦି।

୬ ତାରିଖରେ ଯାଇ ୧୦ ତାରିଖରେ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ରାଜଧାନୀରେ କରିବେ ବିଶାଳ ରୋଡ଼ ସୋ। ଭୁବନେଶ୍ୱରର ତିନିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଏକାମ୍ର, ଉତ୍ତର ଓ ମଧ୍ୟ ଭୁବନେଶ୍ୱର କ୍ଷେତ୍ରରେ ହେବ ପ୍ରଧାନମନ୍ତ୍ରୀଙ୍କ ରାଲି। ଏହାସହ ୧୧ ତାରିଖରେ ବଲାଙ୍ଗୀରରେ ନିର୍ବାଚନୀ ପ୍ରଚାର କରିବେ ପିଏମ ମୋଦି। ମୋଦିଙ୍କ ଗସ୍ତ ପାଇଁ  ବିମାନବନ୍ଦରଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ରାଜଭବନରେ ମଧ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ପାଇଁ ୩ ଜଣ ଡିଏସପି, ୧୦ ଏସସିପି, ୧୭ ଆଇଆଇସି, ୯୦ ଏସଆଇ ଏବଂ ଏସଆଇ ନିୟୋଜିତ ହୋଇଛନ୍ତି। ମୋଟ୍ ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଟ୍ରାଫିକ କଂଟ୍ରୋଲ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ରାସ୍ତାକୁ ବାରିକେଡ କରାଯିବ। ପୁଲିସ କମିସନର ସଂଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି।

Leave A Reply

Your email address will not be published.