ପ୍ରମୁଖ ଖବର

ଅହମଦାବାଦ ରଥଯାତ୍ରା ପାଇଁ ୩୧ ହଜାରରୁ ଅଧିକ ପୋଲିସ ମୁତୟନ
ତାଜ ହୋଟେଲକୁ ବୋମା ଧମକ, ତଲାସି ପରେ ଗୁଜବ ବୋଲି ସ୍ପଷ୍ଟ
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ଆଖି ବୁଜିଲେ ବ୍ରହ୍ମପୁର ପୀଡ଼ିତା, ବାପାଙ୍କ ବିରୋଧରେ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ
କଣ୍ଡକ୍ଟରଙ୍କୁ ଆକ୍ରମଣ ଘଟଣା: ଆଜିଠାରୁ ଉଦଳାରୁ ସମସ୍ତ ରୁଟ୍‌କୁ ବସ ବନ୍ଦ

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଅତ୍ୟାଧୁନିକ ଚିକିତ୍ସା ଓ ଅସ୍ତ୍ରୋପଚାର ଉପଲବ୍ଧ

0

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାବାସୀଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ବର୍ତ୍ତମାନ ଅତ୍ୟାଧୁନିକ ଚିକିତ୍ସା ଓ ଅସ୍ତ୍ରୋପଚାର ଉପଲବ୍ଧ ହୋଇ ପାରୁଛି।

ଏହି ହସ୍ପିଟାଲ୍‌ରେ ଗର୍ଭବତୀଙ୍କ କ୍ଷେତ୍ରରେ ଜଟିଳ ଗର୍ଭଧାରଣ ସମୟରେ ଯତ୍ନ ଓ ଚିକିତ୍ସା, ପ୍ରସବ, ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଚିକିତ୍ସା ହୋଇ ପାରୁଛି । ସେହିପରି ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟସେବା ମଧ୍ୟ ଅତ୍ୟାଧୁନିକ ଉପାୟରେ କରାଯାଉଛି । ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ, ଶିଶୁରୋଗ ବିଭାଗର ଡାକ୍ତର, ପ୍ରଶିକ୍ଷିତ ନର୍ସ ଓ ଟେକ୍ନିସିଆନ୍ ମାନଙ୍କ ଦ୍ୱାରା କାର୍ଯ୍ୟ ସଂପାଦନ କରାଯାଉଛି । ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ମୀନାକ୍ଷୀ ସାହୁଙ୍କ ତତ୍ୱାବଧାନରେ ଶିଶୁରୋଗ ବିଭାଗର ସମସ୍ତ ଚିକିତ୍ସା କରାଯାଉଛି । ଏହି ହସ୍ପିଟାଲ୍‌ରେ ଅତ୍ୟାଧୁନିକ ଓଟି, ଲେବର୍ ରୁମ୍ ଓ ନବଜାତ ଶିଶୁମାନଙ୍କ ନିମନ୍ତେ ଏନ୍‌ଆଇସିୟୁ ସେବା ମଧ୍ୟ ଖୁବ୍ ସୁଲଭ ମୂଲ୍ୟରେ ଉପଲବ୍ଧ ।

ସେହିପରି ସଂପୂର୍ଣ୍ଣ ହିପ୍ ରିପ୍ଲେସ୍‌ମେଂଟ ଭଳି ଅତ୍ୟାଧୁନିକ ଅସ୍ତ୍ରୋପଚାର ରୋଗୀମାନଙ୍କ ନିମନ୍ତେ କରାଯାଉଛି । ଗତ ଦୁଇ ମାସ ତଳେ ଜଣେ ମହିଳା ଘରେ ପଡ଼ିଯିବା ଫଳରେ ଗୁରୁତର ଅସୁସ୍ଥ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ହସ୍ପିଟାଲକୁ ଆସିଥିଲେ । ସେ ଚାଲିବା କିମ୍ବା ବସିବା ଅବସ୍ଥାରେ ନଥିଲେ । ନିଜର ଦୈନନ୍ଦିନ କାର୍ଯ୍ୟ ମଧ୍ୟ କରିପାରୁ ନଥିଲେ । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ତାଙ୍କର ସମ୍ପୂର୍ଣ୍ଣ ହିପ୍ ରିପ୍ଲେସମେଂଟ ନିମନ୍ତେ ଡାକ୍ତରମାନେ ନିଷ୍ପତି ନେଇଥିଲେ । କିନ୍ତୁ ତାଙ୍କର ଶରୀରରେ ରକ୍ତହୀନତା ଦେଖା ଦେଇଥିବାରୁ ତାଙ୍କୁ ପ୍ରଥମେ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ କରାଯାଇ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ସମୟରେ କିମ୍ବା ପରେ ତାଙ୍କ ଶରୀରରେ କୌଣସି ଜଟିଳତା ଉପୁଜି ନଥିଲା। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ସେହିପରି ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ କର୍ଣ୍ଣ, ନାସା, ଗଳା (ଇଏନ୍‌ଟି) ସମସ୍ୟାର ମଧ୍ୟ ଅତ୍ୟାଧୁନିକ ଚିକିତ୍ସା କରାଯାଉଛି । ଜଣେ ୪୨ ବର୍ଷୀୟା ମହିଳା ନାକରୁ ନିୟମିତ ରକ୍ତ ବାହାରୁ ଥିବା ସମସ୍ୟା ନେଇ ଏହି ହସ୍ପିଟାଲର ଏମର୍ଜେନ୍ସି ବିଭାଗକୁ ଆସିଥିଲେ । ରୋଗୀଙ୍କୁ ଇଏନ୍‌ଟି ସ୍ପେଶିଆଲିଷ୍ଟ ଡାକ୍ତର ପ୍ରିୟଜୀତ୍ ପାଣିଗ୍ରାହୀ ପରୀକ୍ଷା କରିବା ପରେ ଏକ ସିଟି ସ୍କାନ୍ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ସିଟି ସ୍କାନ୍ ରିପୋର୍ଟରେ ତାଙ୍କର ନାକରେ ବାଇଲାଟେରାଲ୍ ମାକ୍ସିଲାରୀ ସାଇନସ୍ ଥିବାର ଜଣାପଡ଼ିଥିଲା । ରୋଗୀଙ୍କର ତା’ ପରଦିନ ଏଣ୍ଡୋସ୍କୋପିକ୍ ସାଇନସ୍ ସର୍ଜରୀ କରାଯାଇଥିଲା । ସଫଳ ଅସ୍ତ୍ରୋପଚାର ପରେ ରୋଗୀ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏହି ହସ୍ପିଟାଲ୍ ୨୪ ଘଂଟା ପ୍ରସ୍ତୁତ ବୋଲି କହିଛନ୍ତି ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ ।

Leave A Reply

Your email address will not be published.