ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ରିଲିଆନ୍ସ ଟ୍ରେଣ୍ଡରେ ଲାଗିଲା ନିଆଁ

0

ଆନନ୍ଦପୁର: ଆନନ୍ଦପୁରରେ ଏକ ସପିଙ୍ଗ୍‌ ମଲ୍‌ରେ ନିଆଁ ଲାଗି ଜଳିଗଲା ସବୁ ସାମଗ୍ରି। ନିଆଁ ଲିଭାରେ ୪ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିଲା। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଇଛି। ସପିଙ୍ଗ୍‌ ମଲ୍‌ରେ ଥିବା ସମସ୍ତ କର୍ମଚାରିଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ସୂଚନା ମୁତାବକ, ଆନନ୍ଦପୁରରେ ଥିବା ରିଲିଆନ୍ସ ଟ୍ରେଣ୍ଡରେ ଆଜି ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗି ଯାଇଛି। ସପିଙ୍ଗ୍‌ ମଲରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇଯାଇ ଥିବା ଅଭିଯୋଗ ହୋଇଛି। ଖବର ପାଇ ସଙ୍ଗେ ସଙ୍ଗେ ଦମକଳ ବାହିନି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା ହେଲେ ଅଗ୍ନିକାଣ୍ଡ ଏତେ ଭୟଙ୍କର ହୋଇଥିଲା ଯେ ଆହୁରି ଦମକଳ ଗାଡ଼ିର ଆବଶ୍ୟକତା ପଡ଼ିଲା। ସେଥିପାଇଁ ଅନନ୍ଦପୁର, ଘସିପୁରା, ହାଟଡ଼ିହି, ଘଟଗାଁ, ଯାଜପୁର ରୋଡ଼ରେ ଥିବା ଦମକଳ କେନ୍ଦ୍ରରୁ ୭ଟି ଗାଡ଼ି ଆସି ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି।

Leave A Reply

Your email address will not be published.