ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ନବୀନଙ୍କ ରୋଡ ଶୋ’ ରେ ସାମିଲ ହେଲେ ଲକ୍ଷ ଲକ୍ଷ ଲୋକ

0

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ଶୋ’ ରେ ସାମିଲ ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ। ଜନ ସମୁଦ୍ର ପାଲଟିଛି ରାଜଧାନୀ ରାଜରାସ୍ତା । ଗଙ୍ଗନଗର ଛକରୁ ଆରମ୍ଭ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ । ମୁଖ୍ୟମନ୍ତ୍ରୀ ହାତ ହଲାଇ ଉପସ୍ଥିତ ଜନତାଙ୍କୁ ଅଭିବାଦନ ଜଣାଇବା ସହ ଭୁବନେଶ୍ବର ସାଂସଦ ଓ ମଧ୍ୟ ବିଧାୟକ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ୍ କରିଥିଲେ ।

ନବୀନଙ୍କ ରୋଡ ଶୋ ପାଇଁ ଦଳୀୟ ନେତା ଓ କର୍ମୀ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ରୋଡ ଶୋ’ ପାଇଁ ରାଜଧାନୀରେ ବ୍ଯାପକ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଥିଲା। କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀମାନେ ସୁରକ୍ଷା ବ୍ଯବସ୍ଥା ଦାୟିତ୍ବରେ ରହିଥିଲେ। ରୋଡ ଶୋ’ ଦୁଇ ପାର୍ଶ୍ଵରେ ଥିବା କୋଠାଗୁଡିକରେ ବି ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ ।

ହଜାର ହଜାର ଛାତ୍ରଛାତ୍ରୀ, ମହିଳାଙ୍କ ଗହଣରେ ଭରି ଯାଇଥିଲା ରାଜଧାନୀ ରାଜପଥ । ଗଙ୍ଗନଗର ଛକରୁ ଆରମ୍ଭ ହୋଇଥିବା ମେଗା ରୋଡ ଶୋ’ ଗୋପବନ୍ଧୁ ଛକ, ଡିଏଭି ସ୍କୁଲ ଛକ, ଶ୍ରୀକୃଷ୍ଣ କ୍ଲବ ଛକ, କଳିଙ୍ଗ ଷ୍ଟାଡିୟମ ଛକ, ବାୟାବାବା ମଠ, ସତ୍ଯନଗର, ଶିଶୁଭବନ ଛକ ଦେଇ ଯିବାବେଳେ ରାସ୍ତାର ଉଭୟ ପାର୍ଶ୍ବରେ ସମବେତ ଜନତାଙ୍କ ମଧ୍ଯରେ ଥିଲା ଅପୂର୍ବ ଉତ୍ସାହ ।

ଏହି ଅବସରରେ ମୁଖ୍ଯମନ୍ତ୍ରୀ କହିଥିଲେ- ଜୁଲାଇ ମାସରୁ ବିଜୁଳି ବିଲ ମାଗଣା ହେବ । ସମସ୍ତଙ୍କ ଲାଗି ବିଏସକେୱାଇ ଲାଗୁ ହେବ । ଏହାସହ ଶଙ୍ଖ ଚିହ୍ନରେ ଭୋଟ ଦେବା ଲାଗି ସେ ଉପସ୍ଥିତ ଜନତାଙ୍କୁ ଦେଇଥିଲେ ଆହ୍ବାନ। ସମସ୍ତ ସ୍ଥାନରେ ହଜାର ହଜାର ଏସଏଚଜି ମହିଳା ବି ମୁଖ୍ଯମନ୍ତ୍ରୀଙ୍କୁ ଜଣାଇଥିଲେ ଶୁଭେଚ୍ଛା । ହାତରେ ବିଜେଡି ପତାକା ଧରି ମେଗା ଶୋ’ରେ ସାମିଲ ହୋଇଥିଲେ ରାଜଧାନୀବାସୀ । ରୋଡ ଶୋ’ରେ ସାମିଲ ହୋଇଥିଲେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ।

Leave A Reply

Your email address will not be published.