ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ସୋଆ ଏନ୍‌ସିସି ଛାତ୍ରଛାତୀମାନଙ୍କ ଦ୍ୱାରା ରକ୍ତଦାନ ଶିବିର ଆୟୋଜିତ

0

ଭୁବନେଶ୍ୱର, ୧୭ / ୫ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପରିସରରେ ଗୁରୁବାର ଦିନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ କଟକ ଏନ୍‌ସିସି ଗ୍ରୁପ୍ କମାଣ୍ଡର କର୍ଣ୍ଣେଲ୍ ସତ୍ୟବତ୍ର ସ୍ୱାଇଁ ଉଦ୍‌ଘାଟନ କରିଥିଲେ ।

ଏହି ଶିବିରରେ ସୋଆ ଏନ୍‌ସିସି କ୍ୟାଡେଟ୍ ମାନଙ୍କ ସମେତ ଛାତ୍ରଛାତ୍ରୀମାନେ ରକ୍ତଦାନ କରିଥିଲେ । ମୋଟ୍ ୧୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରରେ ଆଇଟିଇଆର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସୋଆ ଏନ୍‌ସିସିର ପ୍ରଫେସର ଇନ୍‌ଚାର୍ଜ ଡକ୍ଟର ସତୀଶ କୁମାର ସାମଲ, ଏନ୍‌ସିସି ବାଳିକା ୟୁନିଟ୍‌ର କେୟାର୍ ଟେକର୍ ଅଫିସର୍ (ସିଟିଓ) ଡକ୍ଟର ରିମା ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.