ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ

0

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ। ଏକାଠି ପ୍ରକାଶ ପାଇବ କଳା, ବିଜ୍ଞାନ ଓ ବାଣିଜ୍ୟର ଫଳାଫଳ। ସେହିଦିନ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ମଧ୍ୟ ଅପରାହ୍ନରେ ପ୍ରକାଶ ପାଇବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। www.orissaresults.nic.inରେ ରେଜଲ୍ଟ ଉପଲବ୍ଧ ହେବ।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଫେବୃଆରୀ ୧୬ରୁ ମାର୍ଚ୍ଚ ୨୦ ତାରିଖ ଯାଏଁ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଥିଲା। ରାଜ୍ୟରେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ବିଜ୍ଞାନରେ ୧ଲକ୍ଷ ୧୬ ହଜାର ୪୪୭ , କଳାରେ ସର୍ବାଧିକ ୨ ଲକ୍ଷ ୩୬ ହଜାର ୪୨୫, ବାଣିଜ୍ୟରେ ୨୫,୯୬୦ ଓ ଧନ୍ଦାମୂଳକ ରେ ୫,୭୬୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା  ଦେଇଛନ୍ତି। ସାରା ରାଜ୍ୟରେ ୧୧୫୦ ପରୀକ୍ଷା ସେଣ୍ଟର୍ ସହ ୨୦୨ଟି ହବ କରାଯାଇଥିଲା।

Leave A Reply

Your email address will not be published.