ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ସମ୍ ରେ ମେଦବହୁଳ ରୋଗୀଙ୍କ ଶରୀରରେ ସଫଳତାର ସହ ୟୁଏଇ ପ୍ରକ୍ରିୟା ସମ୍ପାଦିତ

0

ଭୁବନେଶ୍ୱର, ୨୧ / ୫ : ସମ୍ ଅଲ୍ଟିମେଟ ମେଡିକେୟାର ଡାକ୍ତରଙ୍କ ଦ୍ୱାରା ଜଣେ ମେଦବହୁଳ ମହିଳାଙ୍କ କ୍ଷେତ୍ରରେ ସଫଳତାର ସହ ୟୁଟେରାଇନ୍ ଆର୍ଟେରୀ ଏମ୍ବୋଲାଇଜେସନ୍ (ୟୁଏଇ) ପ୍ରକ୍ରିୟା ସମ୍ପାଦିତ କରାଯାଇଛି। ମହିଳା ଜଣଙ୍କ ଗର୍ଭାଶୟରେ ଅନେକ ଫାଇବ୍ରଏଡ୍ ସୃଷ୍ଟି ହୋଇଥିବା ବେଳେ ସେ ମେନୋପୋଜ୍ ପରବର୍ତୀ ସମୟରେ ଅତ୍ୟଧିକ ରକ୍ତସ୍ରାବ ସମସ୍ୟା ନେଇ ହସ୍ପିଟାଲ୍‌କୁ ଆସିଥିଲେ। ଯଦିଓ ତାଙ୍କ ଶରୀରରେ ଅନ୍ୟାନ୍ୟ ସମସ୍ୟା ଥିବା ଯୋଗୁଁ ଅସ୍ତ୍ରୋପଚାର ଏତେ ସହଜ ନଥିଲା ତେବେ ସୁରକ୍ଷିତ ଏବଂ ମିନିମାଲ୍ ଇନଭାସିଭ୍ ପ୍ରକ୍ରିୟାରେ ଏହା ସମ୍ଭବ ହୋଇପାରିଥିଲା ଏବଂ ଗର୍ଭାଶୟ ଏବଂ ଅଣ୍ଡାଶୟକୁ ବାହାର କରିବାକୁ ପଡ଼ି ନଥିଲା । ଏହି ପ୍ରକ୍ରିୟାରେ ରୋଗୀ ଜଣକ ବିଶେଷ କଷ୍ଟ ପାଇନଥିଲେ ।

ଗତ ସୋମବାର ସମ୍ମମ୍‌ରେ ପ୍ରଥମ ଥର ପାଇଁ ଜଣେ ରୋଗୀଙ୍କ ଠାରେ ଏହି ପ୍ରକ୍ରିୟାଟି କରାଯାଇଥିଲା। ଯେତେବେଳେ ରୋଗୀର ଶରୀର ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ନଥାଏ କିମ୍ବା ରୋଗୀ ଅସ୍ତ୍ରୋପଚାରକୁ ପସନ୍ଦ କରେ ନାହିଁ ସେତେବେଳେ ଏହି ଅଭିନବ ଉପାୟରେ ରୋଗୀଙ୍କ ଚିକିତ୍ସା କରାଯାଇପାରେ। ଏହି ରୋଗୀଙ୍କ ଗର୍ଭାଶୟ ଫାଇବ୍ରଏଡ୍ ସମସ୍ୟା କ୍ଷେତ୍ରରେ ପିଭିଏ ପାର୍ଟିକଲ୍ସ ଓ ଜେଲ୍‌-ଫୋମ୍ ଏମ୍ବୋଲାଇଜେସନ୍ ମାଧ୍ୟମରେ ଏହି ପ୍ରକ୍ରିୟା କରାଯାଇଥିଲା। ଏହି ୟୁଏଇ ପ୍ରକ୍ରିୟାରେ ଛୋଟ ଛୋଟ ଗୁଣ୍ଡ ହୋଇଥିବା ଦ୍ରବ୍ୟଗୁଡ଼ିକୁ ଇଞ୍ଜେକ୍ସନ୍ ଦ୍ୱାରା ରକ୍ତ ଧମନୀକୁ ଛଡ଼ା ଯାଇଥାଏ ଯାହାକି ଗର୍ଭାଶୟକୁ ଯାଇ ରକ୍ତସ୍ରାବକୁ ବନ୍ଦ କରିଥାଏ ଏବଂ ଫାଇବ୍ରଏଡ୍ ଗୁଡ଼ିକୁ କ୍ଷୁଦ୍ର କରିବାରେ ସହାୟକ ହୋଇଥାଏ । ସମ୍‌ର ଭାସ୍କୁଲାର ଆଣ୍ଡ ଇନ୍‌ଟରଭେନ୍‌ସନାଲ୍ ରେଡ଼ିଓଲୋଜି ବିଭାଗର ଆସୋସିଏଟ୍ କନ୍‌ସଲ୍‌ଟାଂଟ ଡାକ୍ତର ସମ୍ବିତ କୁମାର ପଟ୍ଟନାୟକ ଏହି ଚିକିତ୍ସା କରିଥିବା ବେଳେ ରୋଗୀ ଜଣକ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ।

Leave A Reply

Your email address will not be published.