ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

କେମିକାଲ ଫ୍ୟାକ୍‌ଟ୍ରୀ ବିସ୍ଫୋରଣ: ୬ ମୃତ୍ୟୁ, ୨୫ ଆହତ

0

ମହାରାଷ୍ଟ୍ର: ମହାରାଷ୍ଟ୍ରର ଠାଣେ ଜିଲ୍ଲାର ଡୋମ୍ବିୱଲିରେ ଗୁରୁବାର ଏକ କେମିକାଲ ଫ୍ୟାକ୍‌ଟ୍ରୀରେ ବିସ୍ଫୋରଣ ଘଟି ନିଆଁ ଲାଗିଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି। ଆହୁରି ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ତେଣୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। 

ଅମୁଦାନ କେମିକାଲ୍ ନାମକ ଫ୍ୟାକ୍‌ଟ୍ରୀରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଏହି ଘଟଣା ଘଟିଥିଲା। ଫ୍ୟାକ୍‌ଟ୍ରୀର ଏକ ବଏଲରରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ଫ୍ୟାକ୍‌ଟ୍ରୀରେ ନିଆଁ ଲାଗି ଯାଇଥିଲା। ତା’ ସହିତ ପାର୍କିଂରେ ଥିବା ଗାଡ଼ିଗୁଡ଼ିକରେ ମଧ୍ୟ ନିଆଁ ଲାଗି ଯାଇଥିଲା। ସେହିପରି ଏହି ନିଆଁ ଆଖପାଖରେ ଥିବା ୩ଟି କୋଠାକୁ ବ୍ୟାପୀ ଯାଇଥିଲା। ସେଥିରୁ ଗୋଟିଏରେ କାର୍ ଶୋ’ରୁମ୍ ରହିଛି। କାର୍‌ ଶୋ’ରୁମ୍‌ର ପ୍ରାୟ ୧୨ଟି ଗାଡ଼ି ପୋଡ଼ି ଯାଇଥିବା ଜଣାପଡ଼ିଛି। ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଆଖପାଖ ଅଞ୍ଚଳରେ ଥିବା କିଛି ଘରର କାଚ ଝରକା ଭାଙ୍ଗି ଯାଇଛି।

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଡୋମ୍ବିଭାଲୀ ଏମଆଇଡିସିର ଅମୁଦାନ କେମିକାଲ୍ କମ୍ପାନୀରେ ବଏଲର ବିସ୍ଫୋରଣ ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଏହି ଘଟଣାରେ ୮ ଜଣଙ୍କୁ ନିଲମ୍ବିତ କରାଯାଇଛି। ଆହତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ଅଧିକ ଆମ୍ବୁଲାନ୍ସ ପ୍ରସ୍ତୁତ କରାଯାଇଛି। ଫଡନବୀଶ କହିଛନ୍ତି ଯେ ସେ  କଲେକ୍ଟରଙ୍କ ସହ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ଏନଡିଆରଏଫ, ଏସଡିଆରଏଫ, ଫାୟାର ବ୍ରିଗେଡର ଦଳ ପହଞ୍ଚିଛନ୍ତି ।

Leave A Reply

Your email address will not be published.