ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଓଲଟିଲା ବରଯାତ୍ରୀ ଟ୍ରାକ୍ଟର: ୧୩ ,୧୫ ଆହତ

0

ରାଜଗଡ: ମଧ୍ୟପ୍ରଦେଶ ରାଜଗଡ଼ରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଭର୍ତ୍ତି ଟ୍ରାକ୍ଟର। ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ରାଜସ୍ଥାନ ମୋତୀପୁରାରୁ କୁଲାମପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ବିବାହ ଉତ୍ସବରେ ଯୋଗଦେବା ପାଇଁ ରାଜସ୍ଥାନରୁ ରାଜଗଡ଼ ଆସୁଥିବାବେଳେ ପିପଲୋଡ଼ି ରାସ୍ତାରେ ଓଲଟି ପଡିଥିଲା ଟ୍ରାକ୍ଟର।  ସମସ୍ତ ଆହତଙ୍କ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଚାଲିଛି। ୨ ଗୁରୁତରଙ୍କୁ ଭୋପାଳ ହସ୍ପିଟାଲକୁ ସ୍ଥାନନ୍ତରିତ କରାଯାଇଛି। ମୃତକ ହେଲେ ରାଜସ୍ଥାନର ଝାଲାବାଡ଼ ଜିଲ୍ଲାର।

ରାଜଗଡ଼ ଦୁର୍ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଟ୍ବିଟ୍ କରି ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସେ  ଅନେକ ଲୋକଙ୍କ ମୃତ୍ୟୁ ଖବରକୁ ଦୁଃଖଦାୟକ ବୋଲି କହିଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Leave A Reply

Your email address will not be published.