ପ୍ରମୁଖ ଖବର

ମିଳିବ ସୁଭଦ୍ରା ଟଙ୍କା,ମାତିଲେଣି ସାଇବର ଠକ, ସତର୍କ କଲେ ଉପମୁଖ୍ୟମନ୍ତ୍ରୀ
ଏବେ ମହଙ୍ଗା ହୋଇଛି ଖାଇବା ତେଲ, ଲିଟର ପିଛା ୨୦ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର
କାକଟପୁରରେ କୁଣ୍ଢେଇ ବଜାର ସାହୁ ଜୁଏଲାରୀ ମାଲିକ ନିରଞ୍ଜନ ସାହୁଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼
ମଙ୍ଗଳବାର ଓଡ଼ିଶା ଆସୁଛନ୍ତି ମୋଦି, ଜନ୍ମଦିନରେ ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ
ରାଜଧାନୀ ଭୁବନେଶ୍ୱରରେ ବେପରୁଆ ଡ୍ରାଇଭିଂ କରିବାରୁ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ
ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଦ୍ଵିତୀୟ ଥରେ ପାଇଁ ଗୁଳିମାଡ଼
ରାୟଗଡ଼ା ଜିଲ୍ଲା କେଉଟଗୁଡା ରେଳଷ୍ଟେସନ ନିକଟରେ ଭୁସ୍ଖଳନ, ଲଗାଣ ବର୍ଷାରୁ ଭୁସ୍ଖଳନ ଘଟି ରେଳ ଚଳାଚଳ ବାଧାପ୍ରାପ୍ତ

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

0

ଭୁବନେଶ୍ବର: ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ହେବା ସହ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଇଜି ପ୍ରବୀଣ କୁମାର ଜନତା ମଇଦାନ ସୁରକ୍ଷା ଦାୟିତ୍ବରେ ରହିବେ। ଏଣେ ଆଇଜି ସାର୍ଥକ ଷଡ଼ଙ୍ଗୀ ବିମାନବନ୍ଦରର ତଦାରଖ କରିବେ। ତେଣେ, ଉମାଶଙ୍କର ଦାସ ଟ୍ରାଫିକ ଦାୟିତ୍ବରେ ଅଛନ୍ତି। ଏ ନେଇ ପୁଲିସ କମିସନର ସଂଜୀବ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମୋଟ ୫୯ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ। ଜଣେ ଆଇଜି, ୩ ଜଣ ଡିଆଇଜି, ୧୩ ଜଣ ଏସପି ଓ ଡିସିପି ରାଙ୍କ ଅଫିସର, ୧୮ ଜଣ ଅତିରିକ୍ତ ଏସପି, ୫୮ ଜଣ ଡିଏସପି, ୯୪ ଜଣ ଇନ୍ସିପେକ୍ଟର ଓ ୩୧୨ ଜଣ ଏସଆଇ ଓ ଏଏସଆଇ, ୨୮ ଜଣ କମାଣ୍ଡଡେଣ୍ଟ୍ ସୁରକ୍ଷା ଦାୟିତ୍ୱରେ ରହିବେ।

ଜନତା ମୈଦାନରେ ହେବାକୁ ଥିବା ଶପଥଗ୍ରହଣ ଉତ୍ସବ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୫ ଘଣ୍ଟାର ଟ୍ରାଫିକ କଟକଣା ଜାରି କରିଛି କମିସନରେଟ ପୋଲିସ। ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ଯାଏଁ ଜୟଦେବ ବିହାରରୁ ନାଲକୋ ଛକ ମଧ୍ୟରେ ଗାଡି ଚଳାଚଳ ଉପରେ ରୋକ ଲଗାଯାଇଛି । ସେହିଭଳି ଏହି ରୁଟକୁ ସଂଯୋଗ କରୁଥିବା ଗଳି ରାସ୍ତାକୁ ମଧ୍ୟ ସିଲ କରାଯିବ । 

ତେବେ ଆସନ୍ତାକାଲି ଜନତା ମଇଦାନକୁ ଆସିବାକୁ ଥିବା ସାଧାରଣ ଲୋକଙ୍କ ନିମନ୍ତେ ଜାରି ହୋଇଛି ଆଡଭାଇଜରୀ। ଯେଉଁମାନେ କାର୍‌ କିମ୍ବା ଦୁଇ ଚକିଆରେ ଆସିବେ ଆଚାର୍ଯ୍ୟ ବିହାର ଛକରୁ ଆପୋଲ ହସ୍ପିଟାଲ ପର୍ଯ୍ୟନ୍ତ ଆସିବେ । ସେଠାରେ ୪ ଚକିଆ ଯାନର କାର୍‌ ଡ୍ରପିଂ ପଏଣ୍ଟ ହୋଇଛି। ସେଠାରୁ ଚାଲି ଚାଲି ଜନତା ମଇଦାନକୁ ଆସିବେ। ସେହିପରି ଯେଉଁମାନେ ବସ୍‌ରେ ଆସିବେ ଆଚାର୍ଯ୍ୟ ବିହାର ଛକରୁ ସେଭେନଥ ବାଟାଲିଅନ ଗେଟ୍‌ ପାଖରେ ଓହ୍ଲାଇବେ। ସେଠାରୁ ଚାଲି ଚାଲି ଜନତା ମଇଦାନକୁ ଆସିବେ। କେବଳ ଭିଭିଆଇପିମାନଙ୍କୁ ସଭା ସ୍ଥଳୀକୁ ଯିବାକୁ ପାସ୍‌ ଦିଆଯାଇଛି।  

ଭିଭିଆଇପିଙ୍କ ବିମାନବନ୍ଦରରେ ପହଞ୍ଚିବା ଠାରୁ ହୋଟେଲରେ ରହିବା, ଉତ୍ସବସ୍ଥଳକୁ ଯିବା ଏବଂ ବିମାନବନ୍ଦରକୁ ଫେରିବା ପର୍ଯ୍ୟନ୍ତ ସବୁଠି ପୁଲିସ ଛାଉଣୀ କରାଯିବ। ଟ୍ରାଫିକରେ ସମସ୍ୟା ଦେଖାନଦେବା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏହି ଶପଥ ଗ୍ରହଣ ଉତ୍ସବରେ ୩୫ ହଜାର ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏତେ ବଡ଼ ଆୟୋଜନ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ଯେକୌଣସି ପରିସ୍ଥିତିର ସାମ୍ନା କରିବା ପାଇଁ ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ରହିଛି।

ଟ୍ରାଫିକ ପରିଚାଳନା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ହୋଟେଲରେ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ସେହିପରି ରାଜଧାନୀରେ ରାତ୍ରିକାଳୀନ ପାଟ୍ରୋଲିଂ ସହ ଚେକିଂ ଓ ବ୍ଲକିଂକୁ କଡ଼ାକଡ଼ି କରାଯାଇଛି । ଶପଥ ଗ୍ରହଣ ଉତ୍ସବରେ ବହୁ ଭିଭିଆଇପି, ବିଶିଷ୍ଟ ବ୍ୟକ୍ତି, ଶିଳ୍ପପତି ଯୋଗଦେବେ।

Leave A Reply

Your email address will not be published.