ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

କ୍ଷମତା ଯିବା ପରେ ବଦଳିଲା ନବୀନ ନିବାସ ଚିତ୍ର

0

ଭୁବନେଶ୍ବର: ବିଜେଡି ସରକାର କ୍ଷମତାରୁ ଯିବା ଏବଂ ନୂଆ ସରକାର ଶପଥ ନେବାର ଦିନକ ପରେ ବଦଳିଛି ନବୀନ ନିବାସର ଚିତ୍ର । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନବୀନ ନିବାସରେ ଥିବା ଅସ୍ଥାୟୀ ପୋଲିସ କ୍ୟାମ୍ପକୁ ଉଠାଯାଇଛି।

ନବୀନ ନିବାସ ଆଗରେ ଥିବା ପୋଲିସ କ୍ୟାମ୍ପର ସାମଗ୍ରୀକୁ ବାହାର କରାଯାଇଛି। ପ୍ରୋଟୋକଲ ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କଠାରୁ ସୁରକ୍ଷାକୁ ହଟାଇ ଦିଆଯାଇଛି।ନବୀନ ନିବାସର ଇନର କର୍ଡନ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକୁ ପ୍ରତ୍ୟାହାର କରି ନିଆଯାଇଛି । ଆଉଟର କର୍ଡନରେ କେବଳ ସୁରକ୍ଷାକର୍ମୀ ଅଛନ୍ତି । ବିରୋଧୀ ଦଳ ନେତା ଚୟନ ହେବା ପର୍ଯ୍ୟନ୍ତ ନବୀନ ନିବାସରେ କିଛି ସୁରକ୍ଷାକୁ ଅପରବର୍ତ୍ତିତ ରଖାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.