ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଓଡ଼ିଶାର ନୂଆ ରାଜ୍ୟପାଳ ହେବେ ବ୍ରଜମୋହନ ରାମ

0

ନୂଆଦିଲ୍ଲୀ: ରାଜ୍ୟପାଳ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କ ନିଯୁକ୍ତି ନେଇ ଘୋଷଣା କରାଯାଇଛି। ଏହି କ୍ରମରେ ହରିବାବୁ କମ୍ଭମପାଟିଙ୍କ ସ୍ଥାନରେ ବ୍ରଜମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ ହେବେ।

ବ୍ରଜମୋହନ ରାମ ଝାଡ଼ଖଣ୍ଡର ପଲାମୁ ଅଞ୍ଚଳର ଜଣେ ରାଜନେତା। ସେ ପୂର୍ବରୁ ବିହାର ବିଧାନସଭାର ସଦସ୍ୟ ଥିଲେ। ଏହା ସହ ୧୯୯୬, ୧୯୯୮ ଓ ୧୯୯୯ରେ ପଲାମୁ ଲୋକସଭା ଆସନରୁ କ୍ରମାଗତ ତିନିଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହି ଅଦଳବଦଳରେ ଅନ୍ୟ ପାଞ୍ଚଟି ରାଜ୍ୟ ମଧ୍ୟ ସାମିଲ ହୋଇଛି। ଓମ୍‌ପ୍ରକାଶ ମାଥୁରଙ୍କୁ କେରଳ, ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ତାମିଲନାଡୁ, ଡାକ୍ତର ସୁଧା ଯାଦବଙ୍କୁ କର୍ଣ୍ଣାଟକ, ଧଳସିଂହ ବିଶେନଙ୍କୁ ଉତ୍ତରାଖଣ୍ଡ ଏବଂ ଦୁଶ୍ୟନ୍ତ ଗୌତମଙ୍କୁ ସିକିମର ରାଜ୍ୟପାଳ ଭାବେ ନୂଆ ଦାୟିତ୍ୱ ଦିଆଯାଇଥିବା ଖବରରେ ଉଲ୍ଲେଖ ରହିଛି।

ଏହି ନିଯୁକ୍ତି ଓ ବଦଳି ଦ୍ୱାରା ବିଭିନ୍ନ ରାଜ୍ୟର ରାଜଭବନରେ ନୂଆ ଦାୟିତ୍ୱ ବଣ୍ଟନ ହୋଇଛି। ନୂଆ ରାଜ୍ୟପାଳମାନେ ଦାୟିତ୍ୱ ଗ୍ରହଣ କରିବା ପରେ ସମ୍ପୃକ୍ତ ରାଜ୍ୟରେ ନିଜ କାର୍ଯ୍ୟ ଆରମ୍ଭ କରିବେ।

Leave A Reply

Your email address will not be published.