ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ

0

ଭୁବନେଶ୍ବର: ରାଜଧାନୀର ନୟାପଲ୍ଲୀ ନୂଆସାହିସ୍ଥିତ ପୋଖରୀରେ ବୁଡ଼ି ଜଣେ ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସହିଦନଗର ଥାନା ଅନ୍ତର୍ଗତ ପଥରବନ୍ଧ ବସ୍ତିର ବିପିନି ପାତ୍ରଙ୍କ ପୁଅ ରାହୁଲ ପାତ୍ର। ମଙ୍ଗଳବାର ପୋଖରୀରେ ଗାଧୋଉଥିବା ସମୟରେ ସେ ବୁଡ଼ିଯାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ପଥରବନ୍ଧ ବସ୍ତି ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଖବର ପାଇ ସଚିବାଳୟ ଅଗ୍ନିଶମ କେନ୍ଦ୍ରର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଏଥିରେ ଷ୍ଟ୍ରାଇକିଂ ଫାୟାର ଫୋର୍ସ ଏବଂ ସିଆର୍‌ ଟିମ୍‌ ମଧ୍ୟ ସାମିଲ ହୋଇଥିଲେ। ୩୦ ମିନିଟ୍‌ରୁ ଅଧିକ ସମୟ ଧରି ଖୋଜାଖୋଜି ପରେ ରାହୁଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏନେଇ ନୟାପଲ୍ଲୀ ଥାନା ପକ୍ଷରୁ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ନୟାପଲ୍ଲୀ ଥାନା ଅଧିକାରୀ ମାନସ କୁମାର ସାହୁ କହିଛନ୍ତି।

ଓଡ଼ିଶା ଅଗ୍ନିଶମ ବାହିନୀର ସୂଚନା ଅନୁଯାୟୀ, ୨୦୨୩ରୁ ୨୦୨୬ ସେପ୍ଟେମ୍ବର ମଧ୍ୟରେ ବୁଡ଼ିଯିବା ସମ୍ପର୍କିତ ୬,୪୭୮ଟି ଜରୁରୀକାଳୀନ କଲ୍‌ ମିଳିଥିଲା। ଏହି ସମୟ ମଧ୍ୟରେ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମରେ ମୋଟ ୨,୭୨୯ ଜଣଙ୍କ ଜୀବନ ରକ୍ଷା କରାଯାଇଥିବା ସୂଚନା ଦିଆଯାଇଛି। ୨୦୨୩ରେ ୧,୪୧୦ଟି କଲ୍‌ରୁ ୬୬୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୦୨୪ରେ ୧,୨୯୬ଟି କଲ୍‌ରୁ ୮୫୯ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସେହିପରି ୨୦୨୫ରେ ୨,୩୫୬ଟି କଲ୍‌ରୁ ୮୦୫ ଜଣ ଏବଂ ୨୦୨୬ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ୧,୪୧୬ଟି କଲ୍‌ରୁ ୪୦୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଏହି ତଥ୍ୟରେ ଉଲ୍ଲେଖ ଥିବା ମୃତ୍ୟୁ ସଂଖ୍ୟା ଓ ଉଦ୍ଧାର ସଂଖ୍ୟା ମଧ୍ୟରେ ଅସଙ୍ଗତି ଥିବାରୁ ତାହାର ପୃଥକ୍‌ ଯାଞ୍ଚ ଆବଶ୍ୟକ।

Leave A Reply

Your email address will not be published.