ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଦେଶରେ ଲାଗୁ ହେବ ନୂଆ ଭାରତୀୟ ନ୍ୟାୟ ସଂହିତା

0

ଭୁବନେଶ୍ବର: ଆସନ୍ତା ଜୁଲାଇ ୧ ତାରିଖରୁ ସାରା ଦେଶରେ ଲାଗୁ ହେବ ନୂଆ ଭାରତୀୟ ନ୍ୟାୟ ସଂହିତା। ୧୮୬୦ ମସିହାରୁ ଚାଲିଥିବା ବ୍ରିଟିଶ ନିୟମ ଖୁବଶୀଘ୍ର ଉଠିଯିବ। ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ସହିତ ଆଲୋଚନା କଲେ ପୋଲିସ ଡିଜିପି ଅରୁଣ ଷଡଙ୍ଗୀ। କେନ୍ଦ୍ର ଗୃହ ସଚିବ ଏନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପିଙ୍କ ସହିତ ଭିସିରେ ଆଲୋଚନା କରିଛନ୍ତି।

କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜିଓର ପରିବର୍ତ୍ତେ ଆସିବ ଭାରତୀୟ ନାଗରିକ ସୁରକ୍ଷା ସଂହିତା। ଇଣ୍ଡିଆନ୍ ଏଭିଡେନ୍‌ସ୍ ଆକ୍ଟ ପରିବର୍ତ୍ତେ ଆସିବ ଭାରତୀୟ ସାକ୍ଷ୍ୟ ଆଇନ। ଏଥିରେ ପୂର୍ବରୁ ୫୧୧ଟି ଧାରା ଥିଲା। ଏବେ ୩୫୮ଟି ଧାରା ରହିବ। ୧୭୫ଟି ଧାରା ସଂଶୋଧନ କରାଯିବ। ପ୍ରାୟ ଦେଢ଼ ଶହ ବର୍ଷ ଧରି ଇଂରେଜ ଅମଳର ପୋଲିସ ଆଇନ ଏବେ ବି ଜାରି ରହିଛି। ଏହି ନୂଆ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଯାହା ପ୍ରାବଧାନ ରହିଛି ସେ ନେଇ ବରିଷ୍ଠ ଆଇପିଏସ ମାନଙ୍କ ସହ ଆଲୋଚନା କରିଛନ୍ତି ଡିଜିପି।

ଏହି ନୂଆ ନିୟମ କାର୍ଯ୍ୟକାରୀ ପାଇଁ ଥିବା ପ୍ରାବଧାନ ସଂପର୍କରେ ବରିଷ୍ଠ ଆଇପିଏସଙ୍କ ସହ ଆଲୋଚନା କରିଛନ୍ତି ଡିଜିପି। ଜୁଲାଇ ୧ ତାରିଖ ମଧ୍ୟରେ ଯେତିକି କେସ ରୁଜୁ ହୋଇଥିବ, ତାହା ପୁରୁଣା ସିଆରପିସି ଅଧୀନରେ ଟ୍ରାଏଲ କରାଯିବ ବୋଲି ଡିଜିପି କହିଛନ୍ତି।

Leave A Reply

Your email address will not be published.