ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଖୁବଶୀଘ୍ର ଆସିବ ‘ଓ୍ବାନ ନେଶନ ୱାନ ଇଲେକସନ’

0

ନୂଆଦିଲ୍ଲୀ: ଆସିପାରେ ‘ଓ୍ବାନ ନେଶନ ୱାନ ଇଲେକସନ। କେନ୍ଦ୍ର କ୍ୟାବିନେଟ୍‌ ପୂର୍ବରୁ ଆସିପାରେ ଓ୍ବାନ ନେଶନ ୱାନ ଇଲେକସନ ରିପୋର୍ଟ। ଦେଶରେ ତୃତୀୟ ଥର ପାଇଁ ପୁଣି ଠାରେ ବିଜେପି ସରକାର ଗଠନ କରିଛି। ହେଲେ ଏଥର ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରିପାରିନି। ବିଜେପି ନେତୃତ୍ୱ ଏନ୍ଡ଼ିଏ ସହଯୋଗୀଙ୍କ ସଂଗତ ଲୋଡିଛି ବିଜେପି।

ଏହାରି ଭିତରେ ଜାରି ହୋଇଛି ମୋଦି ସରକାରଙ୍କର ୧୦୦ ଦିନିଆ ରୋଡ ମ୍ୟାପ। ବିଜେବି ନେତୃତ୍ୱ ଏନ୍‌ଡିଏ ସରକାରଙ୍କ ୧୦୦ ଦିନିଆ ଯୋଜନାର ଏକ ଅନ୍ୟତମ ଅଂଶ ହେଉଛି ଓ୍ବାନ ନେଶନ ୱାନ ଇଲେକସନ। ଯାହା ଆସନ୍ତା ସପ୍ତାହ ମଧ୍ୟରେ ଓ୍ବାନ୍‌ ନେଶନ ଓ୍ବାନ୍‌ ଇଲେକ୍ସନ ଉପରେ ଉଚ୍ଚସ୍ତରୀୟ କମିଟିର ରିପୋର୍ଟ କେନ୍ଦ୍ର କ୍ୟାବିନେଟରେ ଉପସ୍ଥାପନ କରିବାର ସମ୍ଭାବନା ରହିଛି। ଯାହାକୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ କ୍ୟାବିନେଟରେ ଉପସ୍ଥାପନ କରିବ।

ସୂଚନାଯୋଗ୍ୟ, ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ କମିଟି ମାର୍ଚ୍ଚରେ ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁଙ୍କୁ ଏହି ରିପୋର୍ଟ ଦେଇଥିଲା। ଯାହା ଆସନ୍ତା ସପ୍ତାହ ମାନଙ୍କରେ କ୍ୟାବିନେଟ ପୂର୍ବରୁ ରିପୋର୍ଟ ଆସିପାରେ।

Leave A Reply

Your email address will not be published.