ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ପ୍ରିୟଙ୍କାଙ୍କୁ ମିଳିପାରେ ଓ୍ବାୟନାଡ ଆସନ

0

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଟି ଆସନରୁ ଲଢ଼ିଥିଲେ। ଉଭୟ ରାଏବରେଲି ଏବଂ ଓ୍ବାୟନାଡ ଆସନରେ ସେ ବିଜେତା ହୋଇଛନ୍ତି। ଏବେ କିନ୍ତୁ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ହେବ, ଯେଉଁଥିଲାଗି କିଛିଦିନ ଧରି ଚର୍ଚ୍ଚା ହୋଇ ଆସୁଛି। ତେବେ ରାହୁଲ ରାଏବରେଲି ଆସନ ରଖି ଓ୍ବାୟନାଡକୁ ଛାଡ଼ିପାରନ୍ତି। ଏପରିକି ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏହି ଆସନରୁ ଲୋକ ସଭା ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।

ନିୟମ ମୁତାବକ ଯଦି କୌଣସି ପ୍ରାର୍ଥୀ ନିର୍ବାଚନ ସମୟରେ ୨ ଆସନରୁ ଲଢ଼ନ୍ତି ଏବଂ ଉଭୟରେ ବିଜେତା ହୁଅନ୍ତି ତେବେ ଫଳାଫଳ ଆସିବାର ୧୪ଦିନ ମଧ୍ୟରେ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିଥାଏ। ଏମିତିରେ ରାହୁଲ ଆଗାମୀ ୩ ଦିନ ମଧ୍ୟରେ ଓ୍ବାୟନାଡ ଆସନ ଛାଡ଼ିବା ନେଇ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି।

Leave A Reply

Your email address will not be published.