ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍

0

ଭୁବନେଶ୍ବର: ନୂଆ ଉତ୍ପାଦ ସହ ବଜାରରେ ନିଜର ଉପସ୍ଥିତି ଆହୁରି ବଢ଼ାଇବାକୁ ଯାଉଛି ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ (ଓମଫେଡ୍‌)। ଖୁବ୍‌ଶୀଘ୍ର ପ୍ୟାକେଟ୍‌ ଯୁକ୍ତ ପାନୀୟ ଜଳ ଓ ନୂଆ ପ୍ରକାରର ଆଇସକ୍ରିମ୍‌ ବଜାରକୁ ଆଣିବାକୁ ଯୋଜନା ରହିଛି। ଏନେଇ ଓମଫେଡ୍‌ ବୋର୍ଡ ସହ ଆଲୋଚନା ଚାଲିଥିବା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ବୋର୍ଡର ଅନୁମୋଦନ ମିଳିବା ପରେ ନୂଆ ଉତ୍ପାଦଗୁଡ଼ିକୁ ବଜାରରେ ଉପଲବ୍ଧ କରାଯିବ। ପ୍ୟାକେଟ୍‌ ପାନୀୟ ଜଳ ଓ ନୂଆ ପ୍ରକାରର ଆଇସକ୍ରିମ୍‌ ଆସିବା ଦ୍ୱାରା ଓମଫେଡ୍‌ର ଉତ୍ପାଦ ପରିସର ବଢ଼ିବା ସହ ବଜାରରେ ଏହାର ଉପସ୍ଥିତି ମଜବୁତ ହେବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ, ରାଜ୍ୟର ବିଭିନ୍ନ ସ୍ଥାନରେ କ୍ଷୀର, ପନିର ଓ ଛେନାରେ ଭେଜାଲ ନେଇ ଅଭିଯୋଗ ଆସୁଥିବା ବେଳେ ଓମଫେଡ୍‌ର ଗୁଣବତ୍ତା ନେଇ ମନ୍ତ୍ରୀ କହିଛନ୍ତି ଯେ ସଂସ୍ଥା ପକ୍ଷରୁ କଠୋର ଗୁଣବତ୍ତା ମାନକ ଅନୁସରଣ କରାଯାଉଛି। ଓମଫେଡ୍‌ କ୍ଷୀରରେ ତିନି-ସ୍ତରୀୟ ଯାଞ୍ଚ ବ୍ୟବସ୍ଥା ରହିଛି। ଭେଜାଲକୁ ଆଦୌ ଅନୁମତି ଦିଆଯାଏ ନାହିଁ ଏବଂ ଭେଜାଲ ଧରାପଡ଼ିଲେ ଦାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଏ ବୋଲି ସେ କହିଛନ୍ତି। ସେହିପରି ଦୁଗ୍ଧ ଚାଷୀଙ୍କୁ ଅଧିକ ଆୟ ଯୋଗାଇବା ଓ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଓମଫେଡ୍‌ କ୍ଷୀରର ସଂଗ୍ରହ ମୂଲ୍ୟ ଲିଟର ପିଛା ୨ ଟଙ୍କା ବଢ଼ାଯାଇଥିବା ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.