ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର

0

ଅଧିକ ଘନୀଭୂତ ହେବା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୨୦ ସେପ୍ଟେମ୍ବର ବେଳକୁ ଉତ୍ତର ଆଣ୍ଡମାନ ସାଗର ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪-୫ ଦିନ ମଧ୍ୟରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ବୋଲି କିଛି ମଡେଲ ପୂର୍ବାନୁମାନ କରିଛନ୍ତି। ଏହି ସମୟରେ ସିଷ୍ଟମ୍ ଘନୀଭୂତ ହେବା ପାଇଁ ପାଗ ମୁଖ୍ୟତଃ ଅନୁକୂଳ ରହିବାର ସମ୍ଭାବନା ରହିଛି। ତେବେ ଏହି ସିଷ୍ଟମ୍ କେଉଁ ଆଡେ ଗତି କରିବ ଓ କେତେ ଅଧିକ ଘନୀଭୂତ ହେବ ସେ ସମ୍ପର୍କରେ ଅଧିକ ସୂଚନା ୧୮-୧୯ ତାରିଖ ବେଳକୁ ମିଳିବ। ୧୯ ତାରିଖ ବେଳକୁ ପଶ୍ଚିମ ରାଜସ୍ଥାନ ରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିବା ପାଇଁ ପାଗ ଅନୁକୂଳ ରହିଛି।

ଆସନ୍ତା ୧୮ ତାରିଖ ଯାଏଁ ବଡ଼ ବର୍ଷାର ସମ୍ଭାବନା ନାହିଁ , ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ କିଛି ସ୍ଥାନରେ ଅପରାହ୍ନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

ପୂର୍ବାନୁମାନ- (ଅଧ୍ୟାପକ) ସାର୍ଥକ ମିଶ୍ର

Leave A Reply

Your email address will not be published.