ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଚାଷୀଙ୍କୁ ଟଙ୍କା ଦେଲେ ସରକାର

0

ଭୁବନେଶ୍ବର: ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ବରଗଡ଼ ଗସ୍ତରେ ଯାଇ ସେଠାକାର କିଛି ଚାଷୀଙ୍କୁ ପିଏମ କୃଷକ ସମ୍ମାନ ନିଧି ଯୋଜନାରେ ଅର୍ଥରାଶି ପ୍ରଦାନ କରିଛନ୍ତି ।

ଦେଶକୁ ଖାଦ୍ୟ ଯୋଗାଉଥିବା ଚାଷୀକୂଳକୁ ଆର୍ଥିକ ପ୍ରତ୍ସୋହନ ପାଇଁ ୨୦୧୯ ଫେବ୍ରୁଆରୀ ୨୪ ତାରିଖରେ ପିଏମ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ ମୋଦୀ ସରକାର । ଏଯାଏଁ ୧୬ଟି କିସ୍ତିରେ ଚାଷୀଙ୍କ ଖାତାକୁ ଟଙ୍କା ଯାଇଥିବା ବେଳେ ଆଜି ୧୭ ତମ କିସ୍ତିରେ ଟଙ୍କା ଚାଷୀଙ୍କ ଖାତାକୁ ଯାଇଛି। ୨୦୨୩-୨୪ରେ ଓଡିଶାରେ ୩୦ ଲକ୍ଷରୁ ଅଧିକ ପିଏମ କିଷାନ ସମ୍ମାନ ନିଧି ହିତାଧିକାରୀ ଅଛନ୍ତି ।

ଏହି ଯୋଜନାରେ ଚାଷୀମାନେ ବର୍ଷକୁ ୬ ହଜାର ଟଙ୍କା ପାଇବେ। ଏହା ତିନୋଟି କିସ୍ତିରେ ମିଳିବ । ଏହି ଅବସରରେ ରାଜ୍ୟର ବିଭିନ୍ନ ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ଖୁସି ହେଲେ କୃଷକ … ରାଷ୍ଟ୍ର ହେବ ଉନ୍ନତ ଉଦେଶ୍ୟ ନେଇ ବାରଣାସୀଠାରୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରଣାସୀଠାରେ ଆୟୋଜିତ କୃଷକ ସମ୍ମାନ ସମ୍ମିଳନୀକୁ ସମ୍ବୋଧିତ କରିବା ସହ ପ୍ରାୟ ୯.୨୬ କୋଟି ହିତାଧିକାରୀ କୃଷକଙ୍କୁ ୨୦ ହଜାର କୋଟିରୁ ଅଧିକ ଟଙ୍କାର ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର। ଏହି କାର୍ଯ୍ୟକ୍ରମରେ ସେ ସ୍ୱୟଂ ସହାୟକ ଗୋଷ୍ଠୀର ୩୦ ହଜାରରୁ ଅଧିକ ମହିଳାଙ୍କୁ କୃଷି ସଖୀ ଭାବେ ସାର୍ଟିଫିକେଟ ପ୍ରଦାନ କରିଥିଲେ। ବୈଷୟିକ ଜ୍ଞାନକୌଶଳ ଜରିଆରେ ସାରା ଦେଶର କୃଷକଙ୍କୁ ଏହି କାର୍ଯ୍ୟକ୍ରମ ସହ ଯୋଡାଯାଇଥିଲା ।

Leave A Reply

Your email address will not be published.