ପ୍ରମୁଖ ଖବର

ରାଜ୍ୟରେ ବଢ଼ିପାରେ ଖରାଛୁଟି ଅବଧି
ଦେଶରେ ଆସିପାରେ ପଲିମର ନୋଟ; ପ୍ରସ୍ତାବ ଉପରେ ବିଚାର କରୁଛି ଆରବିଆଇ
ଟ୍ରକ ପଛରେ ପିଟିଲା ଯାତ୍ରୀବାହୀ ବସ, ହେଲପର ମୃତ; ୧୩ ଗୁରୁତର
ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
ଭୁବନେଶ୍ୱରରେ କଙ୍ଗନା ରଣାୱତ
ଦୁଷ୍କର୍ମ ମାମଲାରେ ୮ ବର୍ଷ ପରେ ଫେରାର ମୌଲାନା ଜାମସେଦପୁରରୁ ଗିରଫ

ପୁଣି ମୁଣ୍ଡ ନେଲା ରାଜଧାନୀର ମୁକୁଳ ଡ୍ରେନ୍

0

ଭୁବନେଶ୍ବର: ଡ୍ରେନରେ ଭାସି ଯାଇଥିବା ନାବାଳକଙ୍କ ମୃତ୍ୟୁ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ବର୍ଷା ପାଣିରେ ମୁକୁଳା ଡ୍ରେନ୍‌ରେ ଭାସି ନାବାଳକ ଜଣଙ୍କ ଭାସି ଯାଇଥିଲେ। ଯାହା ପରେ ତାଙ୍କୁ ଲକ୍ଷ୍ମୀସାଗର ଓସ୍କାର ସିଟି ନିକଟ ନାଳରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଆଜି ରାଜଧାନୀର ମୁକୁଳା ଡ୍ରେନ୍‌ରେ ପଡ଼ି ନାବାଳକ ମୃତ୍ୟୁ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୋକସନ୍ତପ୍ତ ପରିବାରକୁ ସେ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ସହ ଯଥାଶୀଘ୍ର ଡ୍ରେନ୍‌ ମରାମତି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ଆଜି ରାଜଧାନୀ ୟୁନିଟ-୩ ମସଜିଦ କଲୋନୀ ନିକଟରେ ଥିବା ମୁକୁଳା ଡ୍ରେନ୍‌ରେ ୮ ବର୍ଷର ନାବାଳକ ଏସକେ ରାଜେଶ ଭାସି ଯାଇଥିଲେ । ପରିବାର ଲୋକ ଖୋଜାଖୋଜି କରିବା ପରେ ବି ପାଇନଥିଲେ । ଏହାପରେ ଓଡ୍ରାଫ ଟିମ୍ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ । ପରେ ବାଳକକୁ ଓସ୍କାର ସିଟି ପାଖରୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.