ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପ୍ରତି ବ୍ଲକରେ ପ୍ରତିଷ୍ଠା ହେବ ଶୀତଳ ଭଣ୍ଡାର

0

ଭୁବନେଶ୍ୱର: ରାଜ୍ୟର ସବୁ ବ୍ଲକରେ ପ୍ରତିଷ୍ଠା ହେବ ଶୀତଳ ଭଣ୍ଡାର। ଆଜି ଏମିତି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କହିଛନ୍ତି ଇସ୍ତାହାର ଅନୁଯାୟୀ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ । ମୁଖ୍ୟମନ୍ତ୍ରୀ ସେ ଉପରେ ଗୁରୁତ୍ବ ଦେଉଛନ୍ତି । କ୍ୟାବିନେଟ ବୈଠକରେ ଏ ନେଇ ଖୁବଶୀଘ୍ର ଆଲୋଚନା କରାଯିବ। ଏଥିସହ ରାଜ୍ୟରେ ଆଳୁ ପିଆଜ ଦରବୃଦ୍ଧିର ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ । ନାସିକରୁ ପିଆଜ କୁଇଣ୍ଟାଲ ପିଛା ୨୯୩୫ ଟଙ୍କାରେ କିଣା ଯାଉଛି । ପରିବହନ ଖର୍ଚ୍ଚ ସହିତ ଖୁଚୁରା ମାର୍କେଟ କିଲୋ ପିଛା ଦର ୪୦ଟଙ୍କା ରହିଛି ।

ବ୍ୟବସାୟୀଙ୍କ ଅନାବଶ୍ୟକ ହୋର୍ଡିଂ ଉପରେ ବିଭାଗ ନଜର ରଖିଛି । ସବୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ବ୍ୟବସାୟୀଙ୍କ ସହ କଥା ହୋଇ ଷ୍ଟକ ଉପରେ ନଜର ରଖିବାକୁ କୁହାଯାଇଛି । ସରକାରଙ୍କ ନୀତି ନିୟମରେ ଖିଲାପି କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଳୁ ବି ନାସିକରୁ ଆସୁଥିବାରୁ ଦର ଉଚ୍ଚା ରହିଛି । କଲା କଳବଜାରୀ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି।

Leave A Reply

Your email address will not be published.