ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଓଡ଼ିଶା ପୋଲିସରେ ବଡ଼ ଅଦଳବଦଳ

0

ଭୁବନେଶ୍ବର: ଓଡ଼ିଶା ପୋଲିସରେ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜ୍ୟ ସରକାର ୮ ଜଣ ଆଇପିଏସ୍‌ ଏବଂ ଜଣେ ଓପିଏସ୍‌ ଅଧିକାରୀଙ୍କ ବଦଳି ଓ ନୂଆ ନିଯୁକ୍ତି ନେଇ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି କ୍ରମରେ ଜେଲ୍ ଡିଜି ସୁଶାନ୍ତ କୁମାର ନାଥଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତ କରାଯାଇଛି।

୧୯୯୩ ବ୍ୟାଚ୍ ଆଇପିଏସ୍‌ ଅଧିକାରୀ ନାଥ କାରାଗାର ଓ ସଂଶୋଧନ ସେବା ମହାନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ। ତାଙ୍କ ସ୍ଥାନରେ ୧୯୯୫ ବ୍ୟାଚ୍ ଆଇପିଏସ୍‌ ସନ୍ତୋଷ ବଳଙ୍କୁ ଅତିରିକ୍ତ ଡିଜି, ଜେଲ୍ ଏବଂ ନିର୍ଦ୍ଦେଶକ, ସଂଶୋଧନ ସେବାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ୧୯୯୮ ବ୍ୟାଚ୍ ଆଇପିଏସ୍‌ ଅମିତାଭ ଠାକୁରଙ୍କୁ ପରିବହନ କମିଶନର ଭାବେ ନିଯୁକ୍ତ କରାଯାଇଛି। ସେହି ବ୍ୟାଚ୍‌ର ରାଜେଶ କୁମାରଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୧୦ ବ୍ୟାଚ୍ ଆଇପିଏସ୍‌ ସାରା ଶର୍ମାଙ୍କୁ ଭିଜିଲାନ୍ସ ଡିଆଇଜି ଭାବେ ନିଯୁକ୍ତି ମିଳିଛି। ୨୦୧୯ ବ୍ୟାଚ୍‌ର ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟର ଏଆଇଜି ଏବଂ ୨୦୨୧ ବ୍ୟାଚ୍‌ର ଅମୃତପାଲ ସିଂହଙ୍କୁ ମୁଖ୍ୟାଳୟର ଏସ୍‌ପି ଭାବେ ନିଯୁକ୍ତ କରାଯାଇଛି। ସେହିପରି, ୨୦୨୨ ବ୍ୟାଚ୍ ଆଇପିଏସ୍‌ ସୋନାଲି ସିଂହ ପରମାରଙ୍କୁ ଝାରସୁଗୁଡ଼ା ଏସ୍‌ପି ଏବଂ ଓପିଏସ୍‌ ଅଧିକାରୀ ତପନ ନାରାୟଣ ରଥଙ୍କୁ ନୂଆପଡ଼ା ଏସ୍‌ପି ଭାବେ ନିଯୁକ୍ତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ସୁଶାନ୍ତ କୁମାର ନାଥଙ୍କ ବିରୋଧରେ ପୂର୍ବତନ ଚୌଦ୍ୱାର ଜେଲର ସନ୍ତୋଷିନୀ ଜେନା ଯୌନ ନିର୍ଯାତନା, ହତ୍ୟା ଧମକ ଓ ଅନ୍ୟାନ୍ୟ ଅପରାଧିକ ଅଭିଯୋଗ ଆଣିଥିଲେ। ଏନେଇ ଚୌଦ୍ୱାର ଥାନାରେ ବିଏନ୍‌ଏସ୍‌ର ଧାରା ୭୫(୨), ୩୫୧(୨) ଓ ୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଥିବା ବେଳେ ସରକାର ତାଙ୍କୁ ଜେଲ୍ ଡିଜି ପଦରୁ ହଟାଇ ଗୃହ ବିଭାଗରେ ନିଯୁକ୍ତ କରିଛନ୍ତି।

Leave A Reply

Your email address will not be published.