ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ରାସ୍ତା କଡ଼ରୁ ଶିଶୁପୁତ୍ର ଉଦ୍ଧାର

0

ନୂଆପଡା: ନୂଆପଡା ଜିଲ୍ଲା କୁରୁମ୍ପୁରୀ ଗାଁର ଛେଳି ମାର୍କେଟ ନିକଟସ୍ଥ ଏକ ନାଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର କରଯାଇଛି। ଶିଶୁର ବୟସ ଏକ ମାସରୁ ଦେଢମାସ ଭିତରେ ହେବ ବୋଲି ଅନୁମାନ କରାଯାଉଛି। ନାଳରୁ ଶିଶୁଟିର କାନ୍ଦ ଶୁଣି ନିକଟସ୍ଥ ଲୋକେ ଉଦ୍ଧାର କରିଥିଲେ। ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗଙ୍କ ଠାରେ ଶିଶୁକୁ ଗାଁ ଲୋକେ ପ୍ରଦାନ କରିଥିଲେ। ବର୍ତ୍ତମାନ ଶିଶୁଟି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରର ଶିଶୁ ବିଭାଗର ଏକ ସ୍ୱତନ୍ତ୍ର କକ୍ଷରେ ରହିଥିବା ଜଣାପଡ଼ିଛି। ବର୍ତ୍ତମାନ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। କିଏ ଓ କାହିଁକି ଶିଶୁପୁତ୍ରକୁ ନାଳର ଫୋପାଡି ଦେଇଥିଲା ସେ ନେଇ ପୁଲିସ ଓ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।

ସୂଚନା ମୁତାବକ ବେଲମୁଣ୍ଡିଆ ପଡ଼ାର ଜୟଧର ଧରୁଆ (୪୦) ଓ ଦୌପତି ଧରୁଆ (୩୭) ଛେଳି ଚରାଇବା ପାଇଁ ଯାଇଥିବା ବେଳେ ୩୫୩ନଂ. ଜାତୀୟ ରାଜପଥର ସପ୍ତାହିକ ଛେଳି ବଜାର ନିକଟ ଏକ ବୁଦାମୂଳରେ ଶିଶୁପୁତ୍ର ପଡିଥିବା ଦେଖିଥିଲେ। ଏ ନେଇ ଖବର ପାଇ ଜିଲା ଚାଇଡ ଲାଇନ କର୍ମଚାରୀ ପହଞ୍ଚି ପୋଲିସ ଗାଡିରେ ଶିଶୁକୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଶିଶୁଟି ସୁସ୍ଥ ଥିବା ଜଣାପଡିଛି। ଶିଶୁପୁତ୍ର କପାଳରେ କଜଳ ଟିକା ଲଗାଯାଇଥିବା ବେଳେ ନୂତନ ବେବି ଡ୍ରେସ ପିନ୍ଧିଥିବା ଦେଖାଯାଇଛି। ଶିଶୁପୁତ୍ର କାହାର, ବୁଦାମୂଳକୁ କେମିତି ଆସିଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply

Your email address will not be published.