ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ରାସ୍ତା କଡ଼ରୁ ଶିଶୁପୁତ୍ର ଉଦ୍ଧାର

0

ନୂଆପଡା: ନୂଆପଡା ଜିଲ୍ଲା କୁରୁମ୍ପୁରୀ ଗାଁର ଛେଳି ମାର୍କେଟ ନିକଟସ୍ଥ ଏକ ନାଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର କରଯାଇଛି। ଶିଶୁର ବୟସ ଏକ ମାସରୁ ଦେଢମାସ ଭିତରେ ହେବ ବୋଲି ଅନୁମାନ କରାଯାଉଛି। ନାଳରୁ ଶିଶୁଟିର କାନ୍ଦ ଶୁଣି ନିକଟସ୍ଥ ଲୋକେ ଉଦ୍ଧାର କରିଥିଲେ। ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗଙ୍କ ଠାରେ ଶିଶୁକୁ ଗାଁ ଲୋକେ ପ୍ରଦାନ କରିଥିଲେ। ବର୍ତ୍ତମାନ ଶିଶୁଟି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରର ଶିଶୁ ବିଭାଗର ଏକ ସ୍ୱତନ୍ତ୍ର କକ୍ଷରେ ରହିଥିବା ଜଣାପଡ଼ିଛି। ବର୍ତ୍ତମାନ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। କିଏ ଓ କାହିଁକି ଶିଶୁପୁତ୍ରକୁ ନାଳର ଫୋପାଡି ଦେଇଥିଲା ସେ ନେଇ ପୁଲିସ ଓ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।

ସୂଚନା ମୁତାବକ ବେଲମୁଣ୍ଡିଆ ପଡ଼ାର ଜୟଧର ଧରୁଆ (୪୦) ଓ ଦୌପତି ଧରୁଆ (୩୭) ଛେଳି ଚରାଇବା ପାଇଁ ଯାଇଥିବା ବେଳେ ୩୫୩ନଂ. ଜାତୀୟ ରାଜପଥର ସପ୍ତାହିକ ଛେଳି ବଜାର ନିକଟ ଏକ ବୁଦାମୂଳରେ ଶିଶୁପୁତ୍ର ପଡିଥିବା ଦେଖିଥିଲେ। ଏ ନେଇ ଖବର ପାଇ ଜିଲା ଚାଇଡ ଲାଇନ କର୍ମଚାରୀ ପହଞ୍ଚି ପୋଲିସ ଗାଡିରେ ଶିଶୁକୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଶିଶୁଟି ସୁସ୍ଥ ଥିବା ଜଣାପଡିଛି। ଶିଶୁପୁତ୍ର କପାଳରେ କଜଳ ଟିକା ଲଗାଯାଇଥିବା ବେଳେ ନୂତନ ବେବି ଡ୍ରେସ ପିନ୍ଧିଥିବା ଦେଖାଯାଇଛି। ଶିଶୁପୁତ୍ର କାହାର, ବୁଦାମୂଳକୁ କେମିତି ଆସିଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply

Your email address will not be published.