ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପୁଣି ଥରେ ବାଚସ୍ପତି ହେଲେ ଓମ ବିର୍ଲା

0

ନୂଆଦିଲ୍ଲୀ: ଏନଡିଏ ପ୍ରାର୍ଥୀ ଓମ ବିର୍ଲା ପୁଣି ଥରେ ବାଚସ୍ପତି। ବାଚନିକ ଭୋଟରେ ଓମ ବିର୍ଲା ନୂଆ ବାଚସ୍ପତି ଚୟନ ହେଲେ। ଅଷ୍ଟାଦଶ ଲୋକସଭାରେ ବାଚସ୍ପତି ଦାୟିତ୍ବ ତୁଲାଇବେ ଓମ ବିର୍ଲା। ଏହା ପୂର୍ବରୁ ବି ସେ ଲୋକସଭା ବାଚସ୍ପତି ଥିଲେ। 

 ଓମ୍‌ ବିର୍ଲା ଦ୍ୱିତୀୟ ଥର ପାଇଁ ବାଚସ୍ପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ‘ମୋର ବିଶ୍ୱାସ ଯେ, ଆପଣ ଆଗାମୀ ୫ ବର୍ଷ ପାଇଁ ଆମ ସମସ୍ତଙ୍କର ମାର୍ଗଦର୍ଶନ କରିବେ। ଆପଣଙ୍କ ମଧୁର ହସ ଆମ ସମସ୍ତଙ୍କୁ ଖୁସି କରୁଛି। ଦ୍ୱିତୀୟ ଥର ପାଇଁ ବାଚସ୍ପତି ଦାୟିତ୍ୱ ମିଳିବାରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ବଳରାମ ଜାଖର ଜୀ ତାଙ୍କର ପାଞ୍ଚ ବର୍ଷ କାର୍ଯ୍ୟ ସମାପ୍ତ କରିବା ପରେ ତାଙ୍କୁ ପୁଣିଥରେ ବାଚସ୍ପତିଙ୍କ ଦାୟିତ୍ୱ ମିଳିଥିଲା। ତାଙ୍କ ପରେ ଆପଣ ହିଁ ଏହି ସୁଯୋଗ ପାଇଛନ୍ତି। ଆପଣ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି।  

ସେହିପରି ବିରେଧୀ ଦଳ ନେତା ତଥା କଂଗ୍ରେସ ସାଂସନ ରାହୁଲ ଗାନ୍ଧି ମଧ୍ୟ ଓମ୍ ବିର୍ଲାଙ୍କୁ ପୁଣି ଥରେ ବାଚସ୍ପତି ହୋଇଥିବା ନେଇ ଶୁଭେଚ୍ଛା ଜଣାଇଛନ୍ତି। ଦେଶ ଇତିହାସରେ ଚତୁର୍ଥ ଥର ବାଚସ୍ପତି ନିର୍ବାଚନ ହୋଇଥିଲା। ପୂର୍ବରୁ ୧୯୫୨, ୧୯୬୭ ଓ ୧୯୭୬ରେ ନିର୍ବାଚନ ହୋଇଥିଲା। ଦୀର୍ଘ ଦଶନ୍ଧି ପରେ ପୁଣି ଥରେ ବାଚସ୍ପତି ନିର୍ବାଚନ ହୋଇଥିଲା। ଆସନ୍ତାକାଲି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ବରିଷ୍ଠ ସାଂସଦ ଓମ୍ ବିର୍ଲା। ରାଜସ୍ଥାନ କୋଟାରୁ ସାଂସଦ ଅଛନ୍ତି। ଲଗାତାର ତିନି ଥର ନିର୍ବାଚନ ଜିତି ଆସିଛନ୍ତି ଲୋକସଭା। ୨୦୧୪ରେ ପ୍ରଥମ ଥର ସାଂସଦ ହୋଇଥିଲେ। ୨୦୧୯ରେ ସପ୍ତଦଶ ଲୋକସଭାର ସେ ଥିଲେ ବାଚସ୍ପତି। ଚଳିତ ନିର୍ବାଚନରେ ପୁଣି ଥରେ କୋଟାରୁ ନିର୍ବାଚନ ଜିତିଛନ୍ତି ଓମ୍ ବିର୍ଲା। ଗତ ୨୦ ବର୍ଷ ଭିତରେ ବାଚସ୍ପତି ହେବା ପରେ ସାଂସଦ ଭାବେ ନିର୍ବାଚିତ ହେବାରେ ସେ ହେଉଛନ୍ତି ପ୍ରଥମ।

Leave A Reply

Your email address will not be published.