ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଏମ୍ସରେ ଭର୍ତ୍ତି

0

ନୂଆଦିଲ୍ଲୀ: ବରିଷ୍ଠ ଭାଜପା ନେତା ଲାଲ କୃଷ୍ଣ ଆଡଭାନୀ ଅସୁସ୍ଥ। ଅସୁସ୍ଥତା ହେତୁ ତାଙ୍କୁ ୨୬ ଜୁନ ରାତିରେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

ସୂଚନା ଅନୁଯାୟୀ, ୨୬ ଜୁନ ସଂଧ୍ୟାରେ ୯୬ ବର୍ଷୀୟ ଆଡଭାନୀଙ୍କ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଦେଖାଦେଇଥିଲା। ଏହା ପରେ ତାଙ୍କୁ ଏମ୍ସକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ଜେରିଆଟ୍ରିକ ବିଭାଗରେ ଭର୍ତ୍ତି କରିଥିଲେ ।

କେନ୍ଦ୍ର ସରକାର ଚଳିତ ବର୍ଷ ଭାରତ ରତ୍ନ ପାଇଁ ପାଞ୍ଚଟି ନାମ ଘୋଷଣା କରିଥିଲେ ଯେଉଁଥିରେ ଲାଲ କୃଷ୍ଣ ଆଡଭାନୀଙ୍କ ନାମ ମଧ୍ୟ ସାମିଲ ଥିଲା। ଏହାପୂର୍ବରୁ ୨୦୧୫ ମସିହାରେ ଆଡଭାନୀଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା। ସେ ୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ ଦେଶର ଗୃହମନ୍ତ୍ରୀ ଏବଂ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.