ପ୍ରମୁଖ ଖବର

ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୮ ପ୍ଲଟ୍ ସହ ବିପୁଳ ସମ୍ପତ୍ତି ଠାବ
ରାଜଧାନୀ ବିଚ୍‌ ରାସ୍ତାରେ ଜଳିଗଲେ କଲେଜ ଛାତ୍ର
ନରସିଂହ ସ୍ୱାମୀ ମନ୍ଦିରର କାନ୍ଥ ଭୁଶୁଡ଼ି ୭ ମୃତ, ଅନେକ ଗୁରୁତର
ପ୍ରଧାନମନ୍ତ୍ରୀଙ୍କ ରୁଷ ଗସ୍ତ ବାତିଲ
୫୧ ଲକ୍ଷ ଚାଷୀଙ୍କୁ ୧ କୋଟି ଟଙ୍କାର ସିଏମ୍ କିଷାନ ସହାୟତା ରାଶି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
କୋଲକତା: ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୪ ଜୀବନ୍ତ ଦଗ୍ଧ
୨୦୨୬ ସୁଦ୍ଧା ମିଳିମିଳା-ରୁବେଲାମୁକ୍ତ ହେବ ଓଡିଶା : ସ୍ୱାସ୍ଥ୍ୟ ମନ୍ତ୍ରୀ
ଶ୍ରମିକଙ୍କ ଦୈନିକ ମଜୁରୀ ବଢାଇଲେ ସରକାର

ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଏମ୍ସରେ ଭର୍ତ୍ତି

0

ନୂଆଦିଲ୍ଲୀ: ବରିଷ୍ଠ ଭାଜପା ନେତା ଲାଲ କୃଷ୍ଣ ଆଡଭାନୀ ଅସୁସ୍ଥ। ଅସୁସ୍ଥତା ହେତୁ ତାଙ୍କୁ ୨୬ ଜୁନ ରାତିରେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

ସୂଚନା ଅନୁଯାୟୀ, ୨୬ ଜୁନ ସଂଧ୍ୟାରେ ୯୬ ବର୍ଷୀୟ ଆଡଭାନୀଙ୍କ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଦେଖାଦେଇଥିଲା। ଏହା ପରେ ତାଙ୍କୁ ଏମ୍ସକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ଜେରିଆଟ୍ରିକ ବିଭାଗରେ ଭର୍ତ୍ତି କରିଥିଲେ ।

କେନ୍ଦ୍ର ସରକାର ଚଳିତ ବର୍ଷ ଭାରତ ରତ୍ନ ପାଇଁ ପାଞ୍ଚଟି ନାମ ଘୋଷଣା କରିଥିଲେ ଯେଉଁଥିରେ ଲାଲ କୃଷ୍ଣ ଆଡଭାନୀଙ୍କ ନାମ ମଧ୍ୟ ସାମିଲ ଥିଲା। ଏହାପୂର୍ବରୁ ୨୦୧୫ ମସିହାରେ ଆଡଭାନୀଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା। ସେ ୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ ଦେଶର ଗୃହମନ୍ତ୍ରୀ ଏବଂ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.