ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ମନୋଜ ଆହୁଜା

0

ଭୁବନେଶ୍ବର: ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା ଓଡ଼ିଶା ସରକାରଙ୍କ ନୂଆ ମୁଖ୍ୟ ଶାସନ ସଚିବ ଭାବେ ରବିବାର ଦାୟିତ୍ବ ଗ୍ରହଣ କରିଛନ୍ତି। ଲୋକସେବା ଭବନରେ ସେ ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଥାଉକି: ୧୯୯୦ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ। କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ୧୯୯୦ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ମନୋଜ ଆହୁଜା ଓଡ଼ିଶା ‌ଫେରିବା ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ।

ଗତ ୨୫ ତାରିଖରେ କ୍ୟାବିନେଟ୍‌ର ନିଯୁକ୍ତି ସଂକ୍ରାନ୍ତୀୟ କମିଟି ତାଙ୍କୁ ଓଡ଼ିଶା ଫେରିବା ପାଇଁ ଅନୁମତି ଦେଇଥିଲା। ଏଥିସହିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମନୋଜ ଆହୁଜା ଆସନ୍ତା ‌ଡିସେମ୍ବର ମାସରେ ଅବସର ନେବେ।

ସେପଟେ କାର୍ଯ୍ୟକାଳ ସରିବା ପୂର୍ବରୁ ସୋସିଆଲ ମିଡିଆ ଏକ୍ସରେ ମନକଥା କହିଛନ୍ତି ପ୍ରଦୀପ ଜେନା । ଗତକାଲି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ପ୍ରଦୀପ କହିଛନ୍ତି, ମୁଁ ମୋ ଜୀବନର ଏକ ନୂତନ ସୋପାନରେ ପାଦ ଦେବାକୁ ଯାଉଛି । ଜଣେ ନାଗରିକ ହିସାବରେ ରାଜ୍ୟର ବିକାଶ ପାଇଁ କାମ କରିବାକୁ ସମସ୍ତଙ୍କଠୁ ସେ ଆଶୀର୍ବାଦ କାମନା କରିଛନ୍ତି । ଏହାସହିତ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ପ୍ରଦୀପ । ସେ କହିଛନ୍ତି, ଲୋକେ କରିଥିବା ଅନେକ ଆଶା ମୋ ସୀମାର ବାହାରେ ଥିଲା । ଅନେକ ସମୟରେ ଲୋକ ଭାବିଥାନ୍ତି ମୁଖ୍ୟ ଶାସନ ସଚିବ ସବୁକିଛି କରିପାରିବେ । କିନ୍ତୁ ଏହା ସତ ନୁହେଁ । ମୁଁ ବିଧି ବ୍ୟବସ୍ଥା ବନ୍ଧା । କିଛି କ୍ଷେତ୍ରରେ ମୁଁ ସାହାଯ୍ୟ କରିବାକୁ ଚାହୁଁଥିଲେ ମଧ୍ୟ ମୋର ପରିସୀମା କାରଣରୁ କରିପାରିନାହିଁ । ଯେତେବେଳେ ବି ବ୍ୟବସ୍ଥା ସୁଯୋଗ ଦେଇଛି ମୁଁ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଛି । ସରକାରୀ କାର୍ଯ୍ୟରୁ ଅବସର ନେବାପରେ ମଧ୍ୟ ମୁଁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବି । ସୋସିଆଲ ମିଡିଆ ଏକ୍ସରେ ମୁଁ ଅନେକଙ୍କର ପ୍ରଶ୍ନର ଯଥାସମ୍ଭବ ଉତ୍ତର ଦେବାକୁ ଚେଷ୍ଟା କରିଛି । ତେବେ ସମୟର ଅଭାବ ଯୋଗୁ କିଛି ଜଣଙ୍କୁ ଉତ୍ତର ଦେଇପାରିନାହିଁ । ସେଥିପାଇଁ କ୍ଷମା ମାଗିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।

Leave A Reply

Your email address will not be published.