ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାରେ ବଡ଼ଦାଣ୍ଡରେ ରନ୍ଧାଖାଦ୍ୟ ମନା

0

ପୁରୀ: ୨୦୨୬ ରଥଯାତ୍ରା ପାଇଁ ପୁରୀ ମ୍ୟୁନିସିପାଲିଟିର ଡ୍ରାଫ୍ଟ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି। ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ସମୟରେ ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ନ ବାଣ୍ଟିବାକୁ ନିଆଯାଇଛି ନିଷ୍ପତ୍ତି। ଫଳରେ ବଡ଼ଦାଣ୍ଡରେ ଅଇଁଠା ପତ୍ର, ପାଣି ବୋତଲ ପଡ଼ିବନି। ବଡ଼ଦାଣ୍ଡ ସଂଲଗ୍ନ ଅନ୍ୟ ଗଳିରେ ଅନୁମତି ନେଇ ଖାଦ୍ୟ ବାଣ୍ଟିପାରିବେ ଶ୍ରଦ୍ଧାଳୁ।

ସହରର ବିଭିନ୍ନ ଗଳି ରାସ୍ତା, ବଡ଼ଦାଣ୍ଡ, ବେଳାଭୂମିକୁ ସ୍ୱଚ୍ଛ ରଖିବା ସହ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସଚିବଙ୍କ ନିର୍ଦ୍ଦେଶ। ସଫେଇ ପାଇଁ ଅନୁଷ୍ଠାନଗୁଡ଼ିକୁ ନେବାକୁ ପଡ଼ିବ ଅନୁମତି। ନଗର ଉନ୍ନୟନ ପ୍ରମୁଖ ସଚିବଙ୍କ ସମୀକ୍ଷା ପରେ ସ୍ବଚ୍ଛତା ଉପରେ ଫୋକସ୍ ଦିଆଯାଇଛି।
ଆଗୁଆ ପ୍ରସ୍ତୁତ ରହିବ ପାର୍କିଂ ବ୍ୟବସ୍ଥା। ଡ୍ରାଫ୍ଟ ଆକ୍ସନରେ ରହିଛି ଟଏଲେଟ୍ ବ୍ୟବସ୍ଥା। ଗତଥର ୫୯୪ ଅସ୍ଥାୟୀ ଟଏଲେଟ୍ ହୋଇଥିବା ବେଳେ ଚଳିତ ଥର ହଜାରେ ଟଏଲେଟର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି।

ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦିଆଯାଇଛି ପୁଲିସର ଓଭର ଅଲ୍ ଇନ୍ ଚାର୍ଜ ଦାୟିତ୍ଵ। ସିସିଟିଭି ନଜରରେ ରହିବ ବଡ଼ଦାଣ୍ଡ, ସମୁଦ୍ରକୂଳ ଅଞ୍ଚଳ। ଉତ୍ତରାଛକ ଠାରୁ ପୁରୀ, ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ଲାଗିବ ସିସିଟିଭି। ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ପାଇଁ ବିଭିନ୍ନ ଟିମ୍ ଗଠନ କରିବାକୁ ତାଙ୍କୁ ଚିଠି ହୋଇଛି। ରଥଯାତ୍ରା ପାଇଁ ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର୍ ହେବ।

Leave A Reply

Your email address will not be published.