ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାରେ ବଡ଼ଦାଣ୍ଡରେ ରନ୍ଧାଖାଦ୍ୟ ମନା

0

ପୁରୀ: ୨୦୨୬ ରଥଯାତ୍ରା ପାଇଁ ପୁରୀ ମ୍ୟୁନିସିପାଲିଟିର ଡ୍ରାଫ୍ଟ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି। ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ସମୟରେ ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ନ ବାଣ୍ଟିବାକୁ ନିଆଯାଇଛି ନିଷ୍ପତ୍ତି। ଫଳରେ ବଡ଼ଦାଣ୍ଡରେ ଅଇଁଠା ପତ୍ର, ପାଣି ବୋତଲ ପଡ଼ିବନି। ବଡ଼ଦାଣ୍ଡ ସଂଲଗ୍ନ ଅନ୍ୟ ଗଳିରେ ଅନୁମତି ନେଇ ଖାଦ୍ୟ ବାଣ୍ଟିପାରିବେ ଶ୍ରଦ୍ଧାଳୁ।

ସହରର ବିଭିନ୍ନ ଗଳି ରାସ୍ତା, ବଡ଼ଦାଣ୍ଡ, ବେଳାଭୂମିକୁ ସ୍ୱଚ୍ଛ ରଖିବା ସହ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସଚିବଙ୍କ ନିର୍ଦ୍ଦେଶ। ସଫେଇ ପାଇଁ ଅନୁଷ୍ଠାନଗୁଡ଼ିକୁ ନେବାକୁ ପଡ଼ିବ ଅନୁମତି। ନଗର ଉନ୍ନୟନ ପ୍ରମୁଖ ସଚିବଙ୍କ ସମୀକ୍ଷା ପରେ ସ୍ବଚ୍ଛତା ଉପରେ ଫୋକସ୍ ଦିଆଯାଇଛି।
ଆଗୁଆ ପ୍ରସ୍ତୁତ ରହିବ ପାର୍କିଂ ବ୍ୟବସ୍ଥା। ଡ୍ରାଫ୍ଟ ଆକ୍ସନରେ ରହିଛି ଟଏଲେଟ୍ ବ୍ୟବସ୍ଥା। ଗତଥର ୫୯୪ ଅସ୍ଥାୟୀ ଟଏଲେଟ୍ ହୋଇଥିବା ବେଳେ ଚଳିତ ଥର ହଜାରେ ଟଏଲେଟର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି।

ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦିଆଯାଇଛି ପୁଲିସର ଓଭର ଅଲ୍ ଇନ୍ ଚାର୍ଜ ଦାୟିତ୍ଵ। ସିସିଟିଭି ନଜରରେ ରହିବ ବଡ଼ଦାଣ୍ଡ, ସମୁଦ୍ରକୂଳ ଅଞ୍ଚଳ। ଉତ୍ତରାଛକ ଠାରୁ ପୁରୀ, ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ଲାଗିବ ସିସିଟିଭି। ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ପାଇଁ ବିଭିନ୍ନ ଟିମ୍ ଗଠନ କରିବାକୁ ତାଙ୍କୁ ଚିଠି ହୋଇଛି। ରଥଯାତ୍ରା ପାଇଁ ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର୍ ହେବ।

Leave A Reply

Your email address will not be published.