ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ଛତିଶଗଡ଼ରେ ପୋଲିସ ସହ ଗୁଳି ବିନିମୟରେ ୫ ମାଓବାଦୀ ନିହତ

0

ଛତିଶଗଡ଼: ପୋଲିସକୁ ମିଳିଛି ଏକ ବଡ ସଫଳତା। ଛତିଶଗଡ଼ ନାରାୟଣପୁରରେ ପୋଲିସ ସହ ଗୁଳି ବିନିମୟରେ ମଙ୍ଗଳବାର ୫ ମାଓବାଦୀ ନିହତ ହୋଇଛନ୍ତି। ଛତିଶଗଡ଼ ନାରାୟଣପୁର ଜିଲା ଅବୁଝମାଡର ଘାମାଣ୍ଡି ଏବଂ କୁରେଭାଇ ଗ୍ରାମ ମଧ୍ୟରେ ଛତିଶଗଡ଼ର ୪ ଜିଲାରୁ ୧୦୦ରୁ ଊର୍ଦ୍ଧ୍ୱ ଏସ୍‌ଟିଏଫ୍‌, ଡିଆର୍‌ଜି ଓ ସିଆର୍‌ପିଏଫ୍‌ ଯବାନ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଗତ ୩୦ ତାରିଖରୁ ତଲାସି ଆରମ୍ଭ କରିଥିଲେ।

ଏହି ଅଭିଯାନ ୨ ଦିନ ଧରି ଜାରି ରହିଥିବା ବେଳେ ମଙ୍ଗଳବାର ଜଙ୍ଗଲରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ମାଓବାଦୀମାନେ ଯବାନଙ୍କୁ ଦେଖି ଗୁଳି ଚାଳନା କରିଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ ହୋଇଥିଲା। ଦୀର୍ଘ ସମୟ ଧରି ଗୁଳି ବିନିମୟ ଜାରି ରହିଥିବା ବେଳେ ସେଥିରେ ୫ ମାଓବାଦୀ ନିହତ ହୋଇଥିବା ଏବଂ ବହୁ ଆହତ ହୋଇଥିବା ସୂଚନା ମିଳିଛି। ଯବାନମାନେ ଫେରିବା ପରେ ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି କୁହାଯାଇଛି। ଏହାସହ ଗୁଳି ବିନିମୟରେ କୌଣସି ଯବାନ ଆହତ ହୋଇ ନ ଥିବା ବସ୍ତର ଆଇଜି ସୁନ୍ଦର ରାଜ ପି. ସୂଚନା ଦେଇଛନ୍ତି।

Leave A Reply

Your email address will not be published.