ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ମାଷ୍ଟରକ୍ୟାଣ୍ଟିନ ଛକରେ ବିଜେପି-କଂଗ୍ରେସ ମୁହାଁମୁହିଁ

0

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରର ମାଷ୍ଟର କ୍ୟାଣ୍ଟିନ ଛକ ପାଲଟିଲା ରଣକ୍ଷେତ୍ର। ମାଷ୍ଟର କ୍ୟାଣ୍ଟିନରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ କର୍ମୀ। ରାହୁଲଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ହଙ୍ଗାମା ହୋଇଥିବା ସୂଚନା। ପୋଲିସ ଉପସ୍ଥିତିରେ ପରସ୍ପର ଉପରକୁ ଟେକାପଥର, ଗୋବର ମାଡ଼ କରିଛନ୍ତି ଉଭୟ ଦଳର କର୍ମୀ।

ସୂଚନାଯୋଗ୍ୟ ଯେ, ଗତକାଲି ସଂସଦରେ ବିଜେପି ଓ ଆରଏସଏସକୁ ହିନ୍ଦୁ ବିରୋଧୀ କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ତାଙ୍କର ଏହି ମନ୍ତବ୍ୟ ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିବାଦ ଜାରି ରଖିଛି ବିଜେପି। ତେବେ ରାହୁଲଙ୍କ ସେହି ମନ୍ତବ୍ୟକୁ ନେଇ ଭୁବନେଶ୍ଵରରେ ଉଭୟ କର୍ମୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି।

Leave A Reply

Your email address will not be published.