ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ସବୁଜରୁ ଗେରୁଆ ରଙ୍ଗ ହେଲା ଲକ୍ଷ୍ମୀ ବସ୍‌

0

ଭୁବନେଶ୍ବର: ଲୋକଙ୍କ ଗମନାଗମନ ପାଇଁ ବିଜେଡି ସରକାର ଆରମ୍ଭ କରିଥିଲା ଲକ୍ଷ୍ମୀବସ୍‌ ଯୋଜନା। ସରକାର ଶାସନରୁ ଯିବା ପରେ ହଟେଇ ଦିଅ ଯାଉଛି ସରକାରଙ୍କ ଚିହ୍ନ ବର୍ଣ୍ଣ। ବିଜେପି ସରକାର ଏବେ ଶାସନକୁ ଆସିଛନ୍ତି। ଏବେ ବଦଳା ଚାଲିଛି ପୂର୍ବତନ ସରକାର ଦେଇଆସୁଥିବା ସମସ୍ତ ଯୋଜନାର ରୂପରଙ୍ଗ। ସେଇ ପୁରୁଣା ସେବା ହେଲେ ନୂଆ ଢଙ୍ଗରେ ଜନତାଙ୍କୁ ଭେଟିଦେବେ ନୂଆ ସରକାର। ଏଥିପାଇଁ ବଦଳା ଚାଲିଛି ରଙ୍ଗ। ଯାହା ସବୁଜ ଥିଲା ତାହା ଏବେ ଗେରୁଆ କରାଯାଉଛି।

ଏମିତି କିଛି ଦୃଶ୍ୟ ରହିଛି ଢେଙ୍କାନାଳ ବସ୍ ଷ୍ଟାଣ୍ଡର । ବସ୍ ଷ୍ଟାଣ୍ଡରେ ଧାଡିକୁ ଧାଡି ଛିଡା ହୋଇଛି ପୂର୍ବତନ ସରକାରଙ୍କ ଦ୍ବାରା ଦିଆଯାଇଥିବା ଲକ୍ଷ୍ମୀ ବସ୍ ସେବା। ଏହାକୁ ଗୋଟା ପରେ ଗୋଟା ସବୁଜରୁ ଗେରୁଆ କରୁଛନ୍ତି ରଙ୍ଗମିସ୍ତ୍ରୀ। ଲକ୍ଷ୍ମୀ ବସରୁ ପୂର୍ବରୁ ଏହାର ଷ୍ଟିକର ହଟାଯାଇଥିବା ବେଳେ ଏହା ପରିବର୍ତ୍ତିତ ହୋଇ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ହେବ ବୋଲି ସ୍ପଷ୍ଟ କରିଥିଲେ ବିଭାଗୀୟ ମନ୍ତ୍ରୀ। ଯେଉଁ କାରଣରୁ ଏଠି ରଙ୍ଗ ବଦଳାଯାଉଥିବା ଦେଖିବାକୁ ମିଳିଛି।

ଖାଲି ସେତିକି ନୁହେଁ ଏଥିରେ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ଟ୍ୟାଗ୍ ବି ଲାଗିସାରିଲାଣି। ତେବେ ଏହାକୁ ଏଭଳି ରଙ୍ଗ ପରିବର୍ତ୍ତନ କରାଇବା ପାଇଁ କିଏ ନିର୍ଦ୍ଦେଶ ଦେଇଛି ସେନେଇ କୌଣସି ସୂଚନା ହସ୍ତଗତ ହୋଇପାରିନାହିଁ। ଗତ ଜାନୁଆରି ୩୧ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଚଳାଚଳ ଶୁଭାରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୬୦ଟି ବସ୍‌ ୫୩ଟି ରୁଟ୍‌ରେ ଚାଲିବା ଲାଗି ସ୍ଥିର ହୋଇଥିଲା।

Leave A Reply

Your email address will not be published.