ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ବଢ଼ିଲା କେଜ୍‌ରିୱାଲଙ୍କ ନ୍ୟାୟିକ ହେପାଜତର ଅବଧି

0

ନୂଆଦିଲ୍ଲୀ: ଦିନ କୁ ଦିନ ଅରବିନ୍ଦ କେଜ୍‌ରିୱାଲଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ନ୍ୟାୟିକ ହେପାଜତ ଜୁଲାଇ ୧୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବୁଧବାର ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ନ୍ୟାୟିକ ହେପାଜତର ଅବଧିକୁ ବଢାଇ ଦେଇଛନ୍ତି। ଅରବିନ୍ଦ କେଜ୍‌ରିୱାଲଙ୍କୁ ସିବିଆଇ ପରେ ଇଡି ଗିରଫ କରିଛି। ସିବିଆଇ ସହ ଜଡିତ ଏହି ମାମଲାରେ ଜାମିନ ପ୍ରଦାନ କରିବାକୁ କେଜ୍‌ରିୱାଲ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହା ଉପରେ ଶୀଘ୍ର ଶୁଣାଣି କରିବାକୁ ସେ ଦାବି କରିଛନ୍ତି। ଏହି ମାମଲାର ଶୁଣାଣି ଶୁକ୍ରବାର ଅନୁଷ୍ଠିତ ହେବ। ଗୁରୁବାର ଏହି ମାମଲାର ଶୁଣାଣି ପାଇଁ ଓକିଲ ଆବେଦନ କରିଥିବାବେଳେ ଜଷ୍ଟିସ ମନମୋହନ କହିଛନ୍ତି, ପ୍ରଥମେ ବିଚାରପତିମାନଙ୍କୁ କାଗଜପତ୍ର ଦେଖିବା ପାଇଁ ଦିଅନ୍ତୁ। ତା’ପରେ ଆମେ ପରଦିନ ମାମଲାର ଶୁଣାଣି କରିବୁ।

ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଅଛି। କୋର୍ଟ ଏକ ନୋଟିସ ଜାରି କରି ଏହି ମାମଲାରେ ସିବିଆଇରୁ ଉତ୍ତର ମାଗିଛନ୍ତି। ଏହି ମାମଲାର ଶୁଣାଣି ଜୁଲାଇ ୧୭ରେ ହେବ। ମାର୍ଚ୍ଚ ୨୧ରେ ଅରବିନ୍ଦ କେଜ୍‌ରିୱାଲଙ୍କୁ ଇଡି ଗିରଫ କରିଥିଲା। ଜୁନ ୨୦ରେ ସେ ନିମ୍ନ ଅଦାଲତରୁ ଜାମିନ ପାଇଥିଲେ କିନ୍ତୁ ହାଇକୋର୍ଟ ନିମ୍ନ ଅଦାଲତର ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ। ସେପଟେ ସିବିଆଇର ଗିରଫଦାରୀ ବିରୁଦ୍ଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କେଜ୍ରିୱାଲ। ଏହି ଆବେଦନ ଉପରେ କୋର୍ଟଙ୍କ ରାୟ ଆସିନାହିଁ।

ସୂଚନା ଯୋଗ୍ୟ ,ଜୁନ୍ ୨୬ରେ ସିବିଆଇ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହି ସମୟରେ କେଜ୍ରିୱାଲ ଅର୍ଥ ହେରଫେର ଅଭିଯୋଗରେ ତିହାର ଜେଲରେ ଥିଲେ। ସେଠାରୁ ସିବିଆଇ ତାଙ୍କୁ ଗିରଫ କରି ନେଇଥିଲା।

Leave A Reply

Your email address will not be published.