ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଆସନ୍ତା ୮ ତାରିଖରେ ଖୋଲିବନି ରତ୍ନଭଣ୍ଡାର

0

ପୁରୀ: ଆସନ୍ତା ୮ ତାରିଖରେ ଖୋଲିବନି ରତ୍ନଭଣ୍ଡାର। ସେଦିନ ରଥଯାତ୍ରା ଥିବାରୁ ରତ୍ନଭଣ୍ଡାର ଖୋଲିବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ।ଭୁବନେଶ୍ବରରେ ପହଞ୍ଚିବା ପରେ ଏନେଇ ସ୍ପଷ୍ଟ କରିଛନ୍ତି।

ବିମାନବନ୍ଦରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଅବସରପାପ୍ତ ଜଷ୍ଟିସ୍ ଅରିଜିତ୍ ପଶାୟତ କହିଛନ୍ତି, ଆସନ୍ତା ୮ ତାରିଖରେ ରଥ ଯାତ୍ରା ଥିବାରୁ ସେଦିନ ରତ୍ନ ଭଣ୍ଡାର ଖୋଲାଯିବା ଆଶା କ୍ଷୀଣ। ଏ ସମ୍ପର୍କରେ ନିଷ୍ପତ୍ତି ସରକାର ନେବେ। ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି କହିଛନ୍ତି ଅବସରପାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ। ତେବେ ଆସନ୍ତାକାଲି ତାଙ୍କ ଅଧ୍ଯକ୍ଷତାରେ ରତ୍ନଭଣ୍ଡାର କମିଟିର ଗୁରୁତ୍ୱପୁର୍ଣ୍ଣ ବୈଠକ ବସିବ। ବୈଠକରେ ରତ୍ନଭଣ୍ଡାର ଖୋଲାଗଲେ ଗଣତି ବ୍ଯବସ୍ଥା ସମ୍ପର୍କରେ ଆଲୋଚନା ହେବ। ରାଜ୍ଯ ସରକାର ଯେବେ ଅନୁମତି ଦେବେ ସେବେଠୁ ରତ୍ନଭଣ୍ଡାର ଖୋଲି ଗଣତି କାମ ଆରମ୍ଭ ହେବ। ଜଷ୍ଟିସ ଅରିଜିତ ପଶାୟତ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ। ଏହି ସମୟରେ ମଧ୍ଯରେ ରତ୍ନଭଣ୍ଡାର ଖୋଲାଯାଇ ଗଣତି ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.