ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୭ ଜୁଲାଇ ବେଳକୁ ବଙ୍ଗୋପସାଗର ରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା

0

ଭୁବନେଶ୍ବର: ଆସନ୍ତା ୬ ଜୁଲାଇ ପରେ ରାଜ୍ୟ ରେ ବର୍ଷା ବଢିବ। ଆସନ୍ତା ୭ ଜୁଲାଇ ବେଳକୁ ପଶ୍ଚିମ କେନ୍ଦ୍ରୀୟ ତତ୍ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓଡ଼ିଶା ଉପକୂଳ ରେ ଏକ ଘୂର୍ଣ୍ଣିବଳୟ /ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି କ୍ଷେତ୍ର ପ୍ରଭାବ ରେ ୭ ତାରିଖ ରୁ ୧୦ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି। ଏହି ସମୟ ରେ ଉପକୂଳ, ଆଭ୍ୟନ୍ତର ଓଡ଼ିଶା ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ର କେତେକ ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ସୁନ୍ଦରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା,ବରଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଜଗତିସଂହପୁର, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ ଜିଲ୍ଲା ର କେତେକ ଅଞ୍ଚଳ ରେ ପାଗ କେତେକାଂଶ ରେ ମେଘାଚ୍ଛନ୍ନ ରହିବା ସହ ବର୍ଷା ସମ୍ଭାବନା ରହିଛି।

୬ ତାରିଖ ପରେ ବର୍ଷା ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ। ଜୁନ ୧ ରୁ ଆଜି ଯାଏଁ ରାଜ୍ୟ ରେ ୨୫% କମ୍ ବର୍ଷା ହୋଇଛି।

Leave A Reply

Your email address will not be published.