ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ହାଥରସ୍‌ ଦଳାଚକଟା ଘଟଣାରେ ୬ ଗିରଫ

0

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ହାଥରସ୍‌ରେ ଘଟିଥିବା ଦଳାଚକଟା ମାମଲାରେ ଆୟୋଜନକାରୀ କମିଟିର ୬ ଜଣଙ୍କୁ ଗୁରୁବାର ଗିରଫ କରିଛି ପୋଲିସ। ଦଳାଚକଟା ଘଟଣାର ୭୨ ଘଣ୍ଟା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୬ ଜଣ ଗିରଫ ହୋଇଥିଲେ ବି ମୁଖ୍ୟ ଅଭିଯୁକ୍ତ ଭୋଲେ ବାବା ଚମ୍ପଟ ମାରିଛନ୍ତି। ୬ ଜଣଙ୍କ ମଧ୍ୟରେ ୪ ଜଣ ପୁରୁଷ ଏବଂ ଦୁଇ ମହିଳା ଅଛନ୍ତି । ସମସ୍ତେ ଆୟୋଜକ କମିଟିର ସଦସ୍ୟ ଏବଂ ‘ସେବକ’ ଭାବରେ କାର୍ଯ୍ୟ କରୁଥିଲେ। ଦଳାଚକଟା ପରେ ଏହି ଲୋକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଅଲିଗଡ଼ ଆଇଜି ଶଲଭ ମାଥୁର କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ପ୍ରକାଶ ମଧୁକରଙ୍କ ଗିରଫଦାରୀଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଖୁବ୍‌ଶୀଘ୍ର ତାଙ୍କ ବିରୋଧରେ ଜାମିନ ବିହୀନ ଓ୍ବାରେଣ୍ଟ ଜାରି କରାଯିବ। ଏହି ଘଟଣା କୌଣସି ଷଡ଼ଯନ୍ତ୍ରର ଅଂଶ ଭାବରେ ଘଟିଛି କି ନାହିଁ ଆମେ ମଧ୍ୟ ଅନୁସନ୍ଧାନ କରିବୁ।

ସେ କହିଛନ୍ତି, ଯଦି ଆବଶ୍ୟକ ହୁଏ, ନାରାୟଣ ସାକର ଛଦ୍ମନାମ ଭୋଲେ ବାବାଙ୍କୁ ପଚରାଉଚରା କରାଯିବ। ଭୋଲେ ବାବାଙ୍କ ନାମରେ ଏଫ୍‌ଆଇଆର୍‌ ନାହିଁ। ଦାୟିତ୍ୱ ସଂଗଠକଙ୍କ ଉପରେ ଅଛି। ସଂଗଠକଙ୍କ ନାମରେ ଏଫ୍‌ଆଇଆର୍‌ ରହିଛି। ଯେଉଁ ସେବକମାନେ ଭିଡ଼ ରୋକିବାରେ ପୋଲିସ ସହ ସହଯୋଗ କରି ନ ଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Leave A Reply

Your email address will not be published.