ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଏବେ ଦୂର ହେବ ୱେଟିଂ ଟିକେଟର ସମସ୍ୟା

0

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଏବେ ପର୍ବ ପର୍ବାଣିରେ ବୁଲୁବାକୁ ଯିବା ହେବ ସହଜ। ପର୍ବ ସମୟରେ ସବୁଠାରୁ ବଡ ସମସ୍ୟା ହେଉଛି ଟ୍ରେନରେ ଟିକେଟ ପାଇବା। ଦୀର୍ଘ ପ୍ରତୀକ୍ଷା ବା ୱେଟିଂ ପ୍ରକ୍ରିୟା ସପ୍ତାହ ପୂର୍ବରୁ ଆରମ୍ଭ ହୁଏ। କିନ୍ତୁ, ରେଳବାଇ ଏପରି ଯୋଜନା କରିଛି ଯେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ୱେଟିଂ ଟିକେଟର ଅସୁବିଧା ଦୂର ହେବ। ହୋଲି ହେଉ କିମ୍ବା ଦପାବଳୀ , ଆପଣ ପ୍ରତ୍ୟେକ ପର୍ବରେ ସଂରକ୍ଷଣ ବା ରିଜର୍ଭେସନ ଏବଂ ସିଟ ପାଇବେ। ନନ-ଏସି କୋଚରେ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ଏହା ଉପକୃତ ହେବ, କାରଣ ଆଜି ବି ଅଧିକାଂଶ ଲୋକ କେବଳ ସ୍ଲିପର ଏବଂ ସାଧାରଣ କୋଚରେ ଯାତ୍ରା କରନ୍ତି । ଏହାକୁ ଦୃଷ୍ଟିରେ ରଖି ରେଳବାଇ ଏହି ଯୋଜନା ପ୍ରସ୍ତୁତ କରିଛି।

ସୂଚନାଯୋଗ୍ୟ, ଦେଶରେ ପ୍ରତିଦିନ ୨ କୋଟିରୁ ଅଧିକ ଲୋକ ଟ୍ରେନରେ ଯାତ୍ରା କରନ୍ତି, ଯାହା ଅଷ୍ଟ୍ରେଲିଆର ଜନସଂଖ୍ୟା ଅପେକ୍ଷା ଅଧିକ। ପର୍ବ ସମୟରେ ଏହି ଭିଡ଼ ଦ୍ୱିଗୁଣିତ ହୁଏ। ଆଜ୍ଞା ହଁ ୱେଟିଂ ଲିଷ୍ଟ ଲମ୍ବା ହୁଏ। ସାଧାରଣ ଦିନରେ ମଧ୍ୟ ଟ୍ରେନରେ ୱେଟିଂ ଲିଷ୍ଟ ରହିଥାଏ। ଏମିତି ପରିସ୍ଥିତିକୁ ଦେଖି ରେଲୱେରେ ୨୦୨୬ ସୁଦ୍ଧା୧୦ ହଜାର ନନ-ଏସି କୋଚ ଅର୍ଥାତ୍‌ ସ୍ଲିପର କୋଚ କରିବାକୁ ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ ଟ୍ରେନରେ ୫ହଜାର ସାଧାରଣ କୋଚ ମଧ୍ୟ ସ୍ଥାପନ କରାଯିବ। ଏହା ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବ ଏବଂ ୱେଟିଂ ଟିକେଟର ଅସୁବିଧା ଶେଷ ହେବ।

Leave A Reply

Your email address will not be published.